ଗଞ୍ଜାମ ନୂଆସାହିରେ ଭୟାବହ ଅଗ୍ନିକାଣ୍ଡ, ୩୦ରୁ ଅଧିକ ଘର ଭସ୍ମ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସକାଳୁ ସକାଳୁ ସୁନାଥର ଗାଁର ନୂଆ ସାହିରେ ନିଆଁ ଲାଗିଛି ।ଗାଁରେ ଅଧିକାଂଶ ଚାଳ ଘର ଥିବାରୁ ନିଆଁ ତୁରନ୍ତ ବ୍ୟାପି ଯାଇଥିଲା । ୩୦ରୁ ଅଧିକ ଘର ପୋଡ଼ି ଯାଇଛି । ବେସାହାରା ହୋଇଯାଇଛନ୍ତି ୩୦ରୁ ଅଧିକ ପରିବାର । ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।
ତେବେ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ । ଘରେ ଥିବା ଖାଇବା, ପୋଷାକ, ଚାଉଳ ପତ୍ର ସବୁ ଜଳିଯାଇଛି । ଶୀତଦିନ ହୋଇଥିବାରୁ ଅଗ୍ନିବିପନ୍ନଙ୍କୁ ତୁରନ୍ତ ସହାୟତା ଜରୁରୀ ହୋଇପଡ଼ିଛି ।