ଅଟୋରେ କାରବାର କରୁଥିବା ବେଳେ ଧରିଲା ଅବକାରୀ ବିଭାଗ
1 min readଭୁବନେଶ୍ୱର: ରାଜଧାନୀରେ ଲମ୍ବୁଛି ବ୍ରାଉନସୁଗର ଚେର । ଦିନକୁ ଦିନ ବଢିବାର ଲାଗିଛି ବ୍ରାଉନସୁଗର କାରବାର । ବ୍ରାଉନସୁଗର ବିକିବାକୁ ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି ଅଭିଯୁକ୍ତ । ଏଥର ଅଟୋରେ ବ୍ରାଉନସୁଗର କାରବାରର ପତ୍ତାମିଳିଛି । ଅଟୋରୁ ୩୦ ଗ୍ରାମ ବ୍ରାଉନସୁଗର ଜବତ ସହ ଜଣଙ୍କୁ ଗିରଫ କରିଛି ଖୋର୍ଦ୍ଧା ଅବକାରୀ ମୋବାଇଲ ସ୍କ୍ୱାଡ୍ । ଅଭିଯୁକ୍ତ ଜଣଙ୍କ କୋଳଥିଆରୁ ବରମୁଣ୍ଡା ନେଇକି ଆସୁଥିବା ବେଳେ ଅବାକାରୀ ସ୍କ୍ୱାଡ୍ ହାତରେ ଧରା ପଡ଼ିଛି ।
ତେବେ ୩୦ ଗ୍ରାମ ବ୍ରାଉନସୁଗର ମୂଲ୍ୟ ୩ ଲକ୍ଷ ଟଙ୍କା । ଏବଂ ବ୍ରାଉନସୁଗରର କୋର୍ଡୱାର୍ଡ ଥିଲା ରସୁଣ । ରସୁଣ କହି ବ୍ରାଉନସୁଗରକୁ ଅତି ସହଜରେ କିଣା-ବିକା କରାଯାଉଥିବା ସୂଚନା ମିଳିଛି । ତେବେ ପ୍ରତି ପୁଡିଆର ଦାମ ଥିଲା ୨୫୦ରୁ ୩୦୦ ଟଙ୍କା ।
ଅଭିଯୁକ୍ତ ଜଣଙ୍କ କେବେଠାରୁ ବେପାର କରୁଥିଲା, କାହାକୁ କାହାକୁ ଦେଉଥିଲା ? ରାକେଟର ମାଷ୍ଟରମାଇଣ୍ଡ କିଏ, ସେ ନେଇ ଖୋଳତାଡ କରୁଛି ଅବକାରୀ ବିଭାଗ । ')}