ମହଙ୍ଗା ପଡ଼ିଲା ମଦ ପିଇ ପାର୍ଟି କରିବା, ୨୨ ଜଣ ପୁରୁଷଙ୍କ ସମେତ ୮ ଜଣ ମହିଳା ଗିରଫ

ଫରିଦାବାଦ ରାସ୍ତାରେ ରବିବାରକୁ ରେଡ୍ କରି ପୋଲିସ୍ ୮ ଜଣ ମହିଳାଙ୍କ ସମେତ ୩୦ ଜଣଙ୍କୁ ଗିରଫ କରିଛି । ସେହି ସ୍ଥାନରୁ ପୋଲିସ ମଦ ପେଟି ଜବତ କରିଛି । ଧରା ପଡ଼ିଥିବା ସମସ୍ତ ଅଭିଯୁକ୍ତ ଦିଲ୍ଲୀର ଏନସିଆରରେ କାମ କରୁଥିବା ଜଣାପଡ଼ିଛି । ସୋସିଆଲ ମିଡିଆ ଜରିଆରେ ପାର୍ଟି ଆୟୋଜନ କରିଥିବା ବ୍ୟକ୍ତି ସମସ୍ତଙ୍କୁ ଯୋଗାଯୋଗ କରିଥିଲେ । ପୋଲିସ ସେହି ସମସ୍ତଙ୍କ ବିରୁଦ୍ଧରେ ସରକାରଙ୍କ ଆଦେଶକୁ ଅବମାନନା କରିବା ଏବଂ ଡିଜାଷ୍ଟର ମ୍ୟାନେଜମେଂଟ ଆକ୍ଟ ଅନୁସାରେ ମାମଲା ରୁଜୁ କରିଛି । ଅବଶ୍ୟ  ସମସ୍ତଙ୍କୁ ଜାମିନ ମିଳି ସାରିଛି ଏବଂ ପୋଲିସ୍ ଏହାର ତଦନ୍ତ କରୁଛି ।

ଶନିବାର ବିଳମ୍ବ ରାତିରେ ଡିଏଲଏଫ ଫେଜ ୧ରେ ଗ୍ୱାଲ ପାହାଡ଼ୀ ପୋଲିସର ଏକ ଟିମ୍ ଗସ୍ତରେ ଯାଇଥିଲେ । ସେହି ସମୟରେ ବାଲିୟାବାସର ଆଡ଼ଭେଞ୍ଚର ଜୋନରେ ପାର୍ଟି ଚାଲିଥିବା ଖବର ପାଇଲା ପୋଲିସ୍ । ଉଭୟ ମହିଳା ଏବଂ ପୁରୁଷ ଏହି ପାର୍ଟିରେ ଉପସ୍ଥିତ ଥିଲେ । ନା କିଏ ସାମାଜିକ ଦୂରତା ରଖିଥିଲା ନା ମାସ୍କ ପିନ୍ଧିଥିଲା । ତେବେ ଖବର ପାଇବା ମାତ୍ରେ ପୋଲିସ ସେହି ସ୍ଥାନକୁ ରେଡ କରିଥିଲା । ପୋଲିସ ଏହାର ତଦନ୍ତ କରିବା ପରେ ଜଣାପଡ଼ିଲାଯେ ପାର୍ଟିର ଆୟୋଜକ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତଙ୍କୁ ଯୋଗାଯୋଗ କରିଥିଲେ ।

ଏହି ଘଟଣାରେ ୮ ଜଣ ମହିଳା ଏବଂ ୨୨ ଜଣ ପୁରୁଷଙ୍କୁ ଗିରଫ କରିଛି ବୋଲିସ୍ । ସମସ୍ତଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ । ଧରା ପଡ଼ିଥିବା ସମସ୍ତ ଅଭିଯୁକ୍ତ ଗୁରୁଗ୍ରାମଫରିଦାବାଦ, ଦିଲ୍ଲୀ,ପାନିପତ,ପଞ୍ଜାବ ଏବଂ କର୍ଣ୍ଣାଟକର ଅଧିବାସୀ । ପ୍ରାୟ ଦିଲ୍ଲୀର ଏନସିଆରରେ କାମ କରନ୍ତି । ଏହା ବ୍ୟତୀତ ୩ ପେଟି ମଦ ଜବତ କରିଛି ପୋଲିସ୍ । ଆୟୋଜକଙ୍କ ନିକଟରେ ପାର୍ଟି ପାଇଁ ଲାଇସେନ୍ସ ମଧ୍ୟ ନଥିଲା । ତେବେ ପାର୍ଟିର ଆୟୋଜକ ହର୍ଷ ଗୋସାଇଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି ।

Leave a Reply