ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ତିନି ନିଖୋଜ, ସର୍ଚ୍ଚ ଅପରେସନ ଜାରି

ଜଗତପୁର: କେନାଲରେ ଭାସିଯାଇ ୩ ଯୁବକ ନିଖୋଜ । ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇଥିବା ସୂଚନା । ଜଗତପୁର ଅନ୍ଧାରୀ ବାଦୁଡ଼ି ତୋଟା ନିକଟରେ ଅଘଟଣ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଯୁବକ କେନାଲରେ ଗାଧୋଇବା ବେଳେ ଭାସିଯାଇଥିବା ସୂଚନା । ଜଣେ ଯୁବକ ପହଁରି ପହଁରି କୂଳକୁ ଫେରି ଆସିଥିବା ବେଳେ ଅନ୍ୟ ତିନିଜଣ ନିଖୋଜ ଅଛନ୍ତି । ସୂଚନା ପାଇ ଜଗତପୁର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରୁଛି । ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କର କୌଣସି ପତ୍ତା ମିଳିନାହିଁ ।