ବିଚକ୍ଷଣ ଶିଶୁ: ୨୩ ମିନିଟ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢ଼ି ସୃଷ୍ଟି କଲେ ରେକର୍ଡ
ପଞ୍ଜାବ: ଗୋଟିଏ ପ୍ରସିଦ୍ଧ ଲୋକ କଥା ରହିଛି, ବୟସ କେବଳ ଗୋଟିଏ ସଂଖ୍ୟା ମାତ୍ର । ଏହାକୁ ବାସ୍ତବରେ ପରିଣତ କରି ଦେଖାଇଛନ୍ତି, ଲୁଧିୟାନାର ବାସିନ୍ଦା ସାଢେ ୩ ବର୍ଷୀୟ କୁନୱର ପ୍ରତାପ ସିଂହ । କୁନୱରଙ୍କ ନାମ ଇଣ୍ଡିଆ ବୁକ୍ ଅଫ ରେକର୍ଡ ଓ ଆନ୍ତଃର୍ଜାତୀୟ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି । ତାଙ୍କର ବିଚକ୍ଷଣ ସ୍ମରଣଶକ୍ତି ପାଇଁ ଚାଇଲ୍ଡ ପ୍ରୋଡିଜି ମାଗାଜିନ୍ ପାଇଁ ସେ ଭାରତର ୧୦୦ ପିଲାଙ୍କ ମଧ୍ୟରେ ମନୋନୀତ ହୋଇଛନ୍ତି ।
କୁନୱର ସରାଭା ନଗର ସେକ୍ରେଡ୍ ହାର୍ଟ କନଭେଣ୍ଟ ବିଦ୍ୟାଳୟର ଛାତ୍ର । ତାଙ୍କର ଚମତ୍କାରୀ ସ୍ମରଣ ଶକ୍ତି ପାଇଁ ସେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ପରାସ୍ତ କରିଛନ୍ତି । କୁନୱର ୧ ରୁ ୪୦ ପର୍ଯ୍ୟନ୍ତ ପଣିକିଆ, ବିଶ୍ୱର ସମସ୍ତ ଦେଶର ରାଜଧାନୀ ନାମ, ଯେକୌଣସି ସଂଖ୍ୟାର ଗୁଣନ, ଏହାସହ ୨୩ ମିନିଟ ୪୮ ସେକେଣ୍ଡରେ ୨୭ ପୁସ୍ତକ ପଢିବାର ରେକର୍ଡ ସୃଷ୍ଟି କରିଛନ୍ତି । କୁନୱରଙ୍କୁ ନିଜ କଲୋନୀର ସମସ୍ତ ଲୋକଙ୍କର ନାମ, ଘର ନାମ ଆଦି ମନେ ଅଛି ।
ପୁସ୍ତକ ପ୍ରତି ତାଙ୍କର ଆଗ୍ରହ, ପୁସ୍ତକ ପଢିବା, ବିିଭିନ୍ନ ଭାଷାରେ କଥା ହେବା ସହ କଠିନ ଶବ୍ଦର ଉଚ୍ଚାରଣ ସେ ଖୁବ ସହଜରେ କହିଥାଆନ୍ତି ।
କୁନୱରଙ୍କ ମାତାପିତାଙ୍କ କହିବାନୁଯାୟୀ, ତାଙ୍କୁ ନିଜ ସହ ଖେଳୁଥିବା ତାଙ୍କ ବୟସର ପିଲାଙ୍କୁ ପାଠ ପଢାଇବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥାଆନ୍ତି ।
ଫଟୋ ଗୁଡିକୁ ଦେଖି ତାହାକୁ ସହଜରେ ମନେ ରଖିବା ସହ ଏକ ବର୍ଷ ପୂର୍ବରୁ ଘଟିଥିବା ଘଟଣା ଗୁଡିକୁ ମଧ୍ୟ ସେ ସହଜରେ ମନେ ରଖିଥାଆନ୍ତି । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ତାଙ୍କୁ ୧ ମିନିଟରେ ୨୭ଟି ସ୍ମାରକର ନାମ, ୧ମିନିଟରେ ୧୪ କ ଯାଏଁ ପଣିକିଆ କହିବାରୁ ତାଙ୍କୁ ଗ୍ରାଣ୍ଡମାଷ୍ଟର ଆଖ୍ୟା ଦିଆଯାଇଥିଲା । ଏତେ କମ ବୟସରେ ତାଙ୍କ ନାମ ଅନ୍ତର୍ଜାତୀୟ ବୁକ ଅଫ ରେକର୍ଡରେ ସମସ୍ତ ଭାରତୀୟ ରାଜ୍ୟର ରାଜଧାନୀ ନାମକୁ ୪୮ ସେକେଣ୍ଡରେ ରେକର୍ଡ କରାଯାଇ ୨୩ ମିନିଟ ୪୮ ସେକେଣ୍ଡରେ ୨୭ଟି ପୁସ୍ତକ ପଢିବା ପାଇଁ ରେକର୍ଡ଼ କରାଯାଇଛି ।