ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ପର୍ଯ୍ୟଟକ, ଏବେ ବି ଜଣେ ନିଖୋଜ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ପୁରୀରେ ଅଘଟଣ । ଭାସିଗଲେ ୩ଜଣ ପର୍ଯ୍ୟଟକ । ବର୍ତ୍ତମାନ ସୁଦ୍ଧା ୨ଜଣ ଉଦ୍ଧାର ହୋଇଥିବାବେଳେ, ଜଣେ ଏବେବି ନିଖୋଜ ଅଛନ୍ତି। ସେପଟେ ମିଳିଥିବା ସୂଚନା ମୁତାବକ ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ସହିଦ ଅନଓ୍ବର । ଲାଇଟ ହାଉସ ସମ୍ମୁଖ ସମୁଦ୍ରରେ ସ୍ନାନ ସମୟରେ 3ଜଣ ପର୍ଯ୍ୟଟକ ବୁଡିଯାଇଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡଙ୍କ ମିଳିତ ପ୍ରୟାସରେ 2ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି । ଉଦ୍ଧାର ପର୍ଯ୍ୟଟକ ଦ୍ବୟ ହେଲେ ଭଦ୍ରକର ରହେସ କୁମାର ସିଂ ଓ ଅନୁଗୁଳର ଓମ ପ୍ରକାଶ ୟାଦବ । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ନିଖୋଜ ସହିଦ ଅନଓ୍ବରଙ୍କ ଠିକଣା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମିଳି ପାରିନାହିଁ ।

Leave a Reply