ଆଜିଠୁ ଫେରିବ ଜାଡ, ଘନ କୁହୁଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ କମିଛି ହେଲେ ଟ୍ରପ ଲାଇନ୍ ସକ୍ରିୟ ଅଛି । ଏହା ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି  । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଜାଡ ବଢିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ଜାଡ ସହ ଘନ କୁହୁଡି ପୁଣି ଜନଜୀବନକୁ ଅସ୍ତବ୍ୟସ୍ତ କରିବା । ଆସନ୍ତାକାଲି ଘନ କୁହୁଡି ପାଇଁ  ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀରରେ ଘନ କୁହୁଡି ହେବ ବୋଲି ସତର୍କତା ଜାରି କରାଯାଇଛି । ସେହିପରି ରାତି ଏବଂ ଭୋର ସମୟରେ ଗାଡି ଚାଳନା ସମୟରେ ସତର୍କ ରହିବାକୁ ଡ୍ରାଇଭରମାନଙ୍କୁ ପରାମର୍ଶ ଦିଆଯାଇଛି ।

Leave a Reply