spot_img

Latest Posts

ଭୁବନ ପୋଲିସକୁ ବଡ ସଫଳତା: ୩ ଚୋରଙ୍କୁ ଗିରଫ ସହ ସୁନା, ରୁପା, ଟଙ୍କା ଓ ମୋବାଇଲ ଜବତ

ଢେଙ୍କାନାଳ ଜିଲ୍ଲା ଭୁବନ ପୋଲିସକୁ ବଡ ସଫଳତା । ୩ ଚୋରଙ୍କୁ ଗିରଫ ସହ ସୁନା, ରୁପା, ଟଙ୍କା ଓ ମୋବାଇଲ ଜବତ କରିଛି ପୋଲିସ। ଗତ ଅଗଷ୍ଟ ମାସରେ ଭୁବନ ଥାନା ମହୀପାଳ ଗ୍ରାମର ଶ୍ୟାମସୁନ୍ଦର ମୁଣ୍ଡାଙ୍କ ଘରୁ ହୋଇଥିଲା ଚୋରି। ଏନେଇ ସେ ଭୁବନ ଥାନାରେ ଅଭିଯୋଗ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ବାବଧାନରେ ଏକ ତଦନ୍ତ ଟିମ୍ ଗଠନ କରାଯାଇଥିଲା। ମୋବାଇଲ ଟ୍ରାକିଂ କରି ୩ ଅଭିଯୁକ୍ତଙ୍କୁ ଧରିବାର ସଫଳ ହୋଇଛି ପୋଲିସ । ସେମାନଙ୍କ ଠାରୁ ୪୮ ଗ୍ରାମ ସୁନା, ୯୬ ଗ୍ରାମ ରୂପା, ୧୨ଟି ମୋବାଇଲ ଫୋନ୍ ଓ ନଗଦ ୮ହଜାର ଟଙ୍କା ଜବତ ହୋଇଛି। ଗିରଫ ହେଲେ ଯାଜପୁର ଚିଙ୍ଗୁଡ଼ିପାଳ ପାଟଣା ଗ୍ରାମର ଚନ୍ଦନ ଦେହୁରୀ, ଭୁବନ ଅଞ୍ଚଳର ଜିତେନ କୁମାର ସାହୁ ଓ ଜିତେନ୍ଦ୍ର କୁମାର ସାହୁ। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Latest Posts

Don't Miss