ଆତଙ୍କବାଦ ବିରୋଧରେ ସେନାର ବଡ଼ ଆକ୍ସନ, ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ

1 min read

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଉପତ୍ୟାକାରେ ସେନାର ଅପରେସନ ଅଲ ଆଉଟ । ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କବାଦୀ ନିହତ । ସିଧରାରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ସେହି ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ଼ ହୋଇଥିଲା । ଟ୍ରକରେ ଲୁଚି ରହିଥିବା ବେଳେ ସେନା ଗୁଳିରେ ତିନି ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କାରେ ସର୍ଚ୍ଚ ଅନରେସନ ଜାରି ରହିଛି ।

ଟ୍ରକରୁ ତିନି ଆତଙ୍କବାଦୀଙ୍କ ମୃତଦେହ ଜବତ କରାଯାଇଛି । ତେବେ ମୃତ ତିନି ଆତଙ୍କବାଦୀ କେଉଁ ସଂଗଠନର ଜଣାପଡ଼ିନାହିଁ । ଜାନୁଆରୀ ୨୬ ପୂର୍ବରୁ ଉପତ୍ୟାକାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଭାରତୀୟ ସେନା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି ।