ଏହି ୨ରାଜ୍ୟରେ ବଦଳିବେ କି ମୁଖ୍ୟମନ୍ତ୍ରୀ ?
1 min readନୂଆଦିଲ୍ଲୀ: ୫ ରାଜ୍ୟର ହେଉଛି ଭାଗ୍ୟ ପରୀକ୍ଷା । କେଉଁ ରାଜ୍ୟରେ ରହିବ କାହାର ସତ୍ତା । ଏନେଇ ସକାଳ ୮ରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି । ୫ରାଜ୍ୟରୁ ୨ ରାଜ୍ୟର ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପଛରେ ରହିଛନ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ପଛରେ ଥିବା ବେଳେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱତ ମଧ୍ୟ ପଛରେ ଅଛନ୍ତି ।
ଗୋଆରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ପଛରେ ଥିବା ବେଳେ କଂଗ୍ରେସର ଭୁବନ ଚନ୍ଦ୍ର କେପ୍ରି ଆଗରେ ଅଛନ୍ତି । ସେହିପରି ବର୍ତ୍ତମାନ ସୁଧା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଦୁଇଟି ଆସନରେ ଏବେ ପଛୁଆ ରହିଛନ୍ତି । ଚନ୍ନି ଭଦୁର ଆସନରୁ ମଧ୍ୟ ପଛରେ ଅଛନ୍ତି କିନ୍ତୁ ପଞ୍ଜାବରେ ଆମ ଆଦମି ପାର୍ଟି ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି । ବର୍ତ୍ତମାନ ସୁଧା ଆପର ଲବ ସିଂ ଆଗରେ ଅଛନ୍ତି ।
ପଞ୍ଜାବର ୧୧୭ ଆସନରୁ ୮୭ଟି ଆସନରେ ଆମ୍ ଆଦମୀ ପାର୍ଟି ଆଗୁଆ । ୧୪ ଆସନରେ କଂଗ୍ରେସ ଆଗୁଆ ଥିବାବେଳେ ବିଜେପି ୪ଟି, ଅକାଳୀ ଦଳ ୯ଟି ଆସନରେ ଆଗୁଆ ରହିିଛି । ସେହିପରି ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ପଛୁଆ ଅଛନ୍ତି । ଏହାସହ ଗୋଆରେ ବିଜେପି ୧୮ଟି ଆସନରେ ଆଗୁଆଥିବା ବେଳେ କଂଗ୍ରେସ ୧୨ଆସନରେ, ଟିଏମସି ୪ଟି ଆସନରେ ଆଗୁଆ ରହିଛି ।