ମହାରାଷ୍ଟ୍ରର ଭିୱଣ୍ଡୀ ସହରରେ ଭୁଶୁଡ଼ିଲା ୩ ମହଲା କୋଠା, ୮ ମୃତ

1 min read

ମହାରାଷ୍ଟ୍ର: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱଣ୍ଡୀ ସହରରେ ରବିବାର ବିଳମ୍ବିତ ରାତିରେ ଭୁଶୁଡ଼ିଗଲା ଏକ ତିନି ମହଲା କୋଠା । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକ ୫ଜଣଙ୍କୁ ଉଦ୍ଧାର କରିଛନ୍ତି । ଏବେବି ୨୦ରୁ ୨୫ ଜଣ ଭଙ୍ଗା କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ କୋଠାଟି ଭୁଶୁଡ଼ି ପଡ଼ିଥିଲା । ଭିୱଣ୍ଡୀର ପଟେଲ୍ କମ୍ପାଉଣ୍ଡରେ ଘଟିଛି ଏହି ଅଘଟଣ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ୧୯୮୪ ମସିହାରେ ନିର୍ମିତ ଏହି ଆପାର୍ଟମେଣ୍ଟର ୬୯ ନଂ ବିଲଡିଂର ଅଧା ଅଂଶ ଭାଙ୍ଗି ଭୁଶିଡ଼ି ପଡ଼ିଥିଲା ।

ସୂଚନା ଅନୁଯାୟୀ ଭୁଶୁଡିଥିବା ଏହି ୩ ମହଲା କୋଠାରେ ମୋଟ ୨୧ଟି ଫ୍ଲାଟ ରହିଛି । ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ହଠାତ ରାତି ୩ଟା ୨୦ ମିନିଟରେ ବିଲଡିଂଟି ଭୁଶୁଡ଼ି ପଡ଼ିଥିଲା । ପ୍ରଥମେ ସ୍ଥାନୀୟ ଲୋକ ଏବଂ ପରବର୍ତ୍ତୀ ସମୟରେ ଏନଡିଆରଏଫ ଟିମ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ମିଳିଥିବା ତାଜା ସୂଚନା ଅନୁଯାୟୀ ଭୁଶୁଡ଼ିଥିବା କୋଠା ଭିତରୁ ବର୍ତ୍ତମାନ ଯାଏଁ ୮ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟବେଳେ ୫ ଜଣ ଜୀବିତ ଲୋକଙ୍କୁ ସୁରକ୍ଷିତ ରୂପରେ ଉଦ୍ଧାର କରାଯାଇଛି । ଏବେବି ଅନେକ ଲୋକ କୋଠା ତଳେ ଫସି ରହିଥିବା ସୂଚନା ରହିଛି ।

Leave a Reply