ମହାରାଷ୍ଟ୍ରର ଭିୱଣ୍ଡୀ ସହରରେ ଭୁଶୁଡ଼ିଲା ୩ ମହଲା କୋଠା, ୮ ମୃତ
1 min readମହାରାଷ୍ଟ୍ର: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱଣ୍ଡୀ ସହରରେ ରବିବାର ବିଳମ୍ବିତ ରାତିରେ ଭୁଶୁଡ଼ିଗଲା ଏକ ତିନି ମହଲା କୋଠା । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଥାନୀୟ ଲୋକ ୫ଜଣଙ୍କୁ ଉଦ୍ଧାର କରିଛନ୍ତି । ଏବେବି ୨୦ରୁ ୨୫ ଜଣ ଭଙ୍ଗା କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଉଛି । ଗତକାଲି ବିଳମ୍ବିତ ରାତିରେ କୋଠାଟି ଭୁଶୁଡ଼ି ପଡ଼ିଥିଲା । ଭିୱଣ୍ଡୀର ପଟେଲ୍ କମ୍ପାଉଣ୍ଡରେ ଘଟିଛି ଏହି ଅଘଟଣ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ୧୯୮୪ ମସିହାରେ ନିର୍ମିତ ଏହି ଆପାର୍ଟମେଣ୍ଟର ୬୯ ନଂ ବିଲଡିଂର ଅଧା ଅଂଶ ଭାଙ୍ଗି ଭୁଶିଡ଼ି ପଡ଼ିଥିଲା ।
#WATCH Maharashtra: A team of NDRF rescued a child from under the debris at the site of building collapse in Bhiwandi, Thane.
At least five people have lost their lives in the incident which took place earlier today. pic.twitter.com/6j90p1GloQ
— ANI (@ANI) September 21, 2020
ସୂଚନା ଅନୁଯାୟୀ ଭୁଶୁଡିଥିବା ଏହି ୩ ମହଲା କୋଠାରେ ମୋଟ ୨୧ଟି ଫ୍ଲାଟ ରହିଛି । ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ହଠାତ ରାତି ୩ଟା ୨୦ ମିନିଟରେ ବିଲଡିଂଟି ଭୁଶୁଡ଼ି ପଡ଼ିଥିଲା । ପ୍ରଥମେ ସ୍ଥାନୀୟ ଲୋକ ଏବଂ ପରବର୍ତ୍ତୀ ସମୟରେ ଏନଡିଆରଏଫ ଟିମ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ମିଳିଥିବା ତାଜା ସୂଚନା ଅନୁଯାୟୀ ଭୁଶୁଡ଼ିଥିବା କୋଠା ଭିତରୁ ବର୍ତ୍ତମାନ ଯାଏଁ ୮ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଅନ୍ୟପଟେ ଉଦ୍ଧାର କାର୍ଯ୍ୟବେଳେ ୫ ଜଣ ଜୀବିତ ଲୋକଙ୍କୁ ସୁରକ୍ଷିତ ରୂପରେ ଉଦ୍ଧାର କରାଯାଇଛି । ଏବେବି ଅନେକ ଲୋକ କୋଠା ତଳେ ଫସି ରହିଥିବା ସୂଚନା ରହିଛି ।