ଲୁଟେରାଙ୍କ ଚରାଭୂଇଁ ପାଲଟିଛି ନବରଙ୍ଗପୁର, ସପ୍ତାହକରେ ହେଲାଣି ୩ଟି ଲୁଟ

1 min read

ନବରଙ୍ଗପୁର: ବାଇକ ଡିକି ଭାଙ୍ଗି ଲୁଟି ନେଲେ ଏକ ଲକ୍ଷ ଟଙ୍କା । କରୋନା କାଳରେ ବଢ଼ିବାରେ ଲାଗିଛି ଲୁଟେରାଙ୍କ ଆତଙ୍କ । ନିରୀହ ଲୋକଙ୍କ ଠାରୁ ଲୁଟୁଛନ୍ତି ଟଙ୍କା ସହ ସୁନା ଗହଣା । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଛକରେ ଦେଖିବାକୁ ମଳିଛି ଏମିତି ଘଟଣା । ଦୁର୍ବୃତ୍ତ କାରାଗାଁର  ଦୀପକ ଚୌଧୁରୀ ନାମକ ଜଣେ ଯୁବକ ଉମରକୋଟ ଆନ୍ଧ୍ର ବ୍ୟାଙ୍କରୁ ତାଙ୍କ ମାଲିକ ବିରଞ୍ଚିଙ୍କ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଫେରିବା ସମୟ ରେ ସେ ଧୋଡ଼ରା ଛକରେ  ଏକ ପାନ ଦୋକାନ ପାଖରେ ନିଜ ବାଇକ୍ ରଖି ନିକଟସ୍ଥ ଔଷଧ ଦୋକାନକୁ ଯାଇଥିଲେ । ଏହି ସମୟ ରେ ପାନ ଦୋକାନକୁ ଦୁଇଟି ପିଲା ଆସି ଚୋକ୍ଲେଟ୍ ମାଗିଥିଲେ । ଏତିକି ବେଳେ ଦୁଇ ଜଣ ଲୁଟେରା ଆସି ବାଇକ୍ ଡିକି ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ୍ କରିନେଲେ ।

ତେବେ ଜିଲ୍ଲାରେ ଗତ ଏକ ସପ୍ତାହ ମଧ୍ୟରେ ଏହା ତୃତୀୟ ଲୁଟ । ସୂଚନା ଯୋଗ୍ୟଯେ ଏହି ମାସ ତିନି ତାରିଖରେ କୋଡ଼ିଙ୍ଗା ନିକଟସ୍ଥ ଜାନିଗୁଡ଼ା ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଦୁଇ ରାଉଣ୍ଡ ଗୁଳି ଫୁଟାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ ଦୁର୍ବତ୍ତ । ଏହା ପରେ ଗତ ସାତ ତାରିଖ ସନ୍ଧ୍ୟାରେ ଜଗଦଲପୁରର ବ୍ୟବସାୟୀ ରମେଶ ପାରେଖଙ୍କ ଠାରୁ ନବରଙ୍ଗପୁର LIC ଅଫିସ୍ ନିକଟରେ ଛଅ ଲକ୍ଷ ଟଙ୍କା ବ୍ୟାଗ ସହ ଲୁଟି ନେଇଥିଲେ । ପୂର୍ବ ଘଟଣା ଗୁଡ଼ିକରେ ଜିଲ୍ଲା ପୋଲିସର ହାତ ଖାଲି ଥିବା ବେଳେ ଆଜି ପୁଣି ଏକ ଲକ୍ଷ ଟଙ୍କା ଲୁଟ ପୋଲିସ୍ର ମୁଣ୍ଡ ବ୍ୟଥାର କାରଣ ସାଜିଛି । ସେପଟେ ଉମରକୋଟ ପୋଲିସ୍ ଧୋଡ଼ରା ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave a Reply