ଭାରତରେ ପହଞ୍ଚିଲା ଆଉ ୩ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ବୁଧବାର ଆଉ ୩ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଛିଛି। ଗତଥର ଭଳି ଏହି ୩ଟି ଯାକ ରାଫେଲ ଯୁଦ୍ଧ ବିମାନ ହରିୟାଣା ସ୍ଥିତ ଅମ୍ବାଲା ଏୟାର ବେସ୍ରେ ପହଞ୍ଛିଥିଲା। ଭାରତୀୟ ବାୟୁସେନା ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି।
ସୂଚନାନୁସାରେ, ଫ୍ରାନ୍ସରୁ ଉଡ଼ାଣ ଭରିବା ପରେ ଏହି ତିନୋଟି ରାଫେଲ ଯୁଦ୍ଧ ବିମାନ ରାସ୍ତାରେ କୌଣସି ସ୍ଥାନରେ ନଅଟକି ସିଧା ଭାରତରେ ପହଞ୍ଚିଛି। ପୂର୍ବରୁ ଫ୍ରାନ୍ସରୁ ଆସିଥିବା ରାଫେଲ ଯୁଦ୍ଧ ବିମାନ ବାଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅଟକିଥିଲା। ଗତ ଜୁଲାଇ ୨୮ରେ ଫ୍ରାନ୍ସ ସରକାର ପ୍ରଥମ ଦଫାରେ ୫ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ଦେଇଥିଲେ। ଏହା ବିଧିବଦ୍ଧ ଭାବେ ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା। ଏହି ୫ଟି ରାଫେଲ ଯୁଦ୍ଧ ବିମାନକୁ ବର୍ତ୍ତମାନ ଲଦାଖରେ ମୁତୟନ କରାଯାଇଛି। ଚୀନ ସହ ସୀମା ବିବାଦ ପରିପ୍ରେକ୍ଷୀରେ ଭାରତ ସରକାର ରାଫେଲକୁ ଲଦାଖରେ ହିଁ ମୁତୟନ କରିଛନ୍ତି ।
ସୂଚନାଯୋଗ୍ୟ, ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଲାଗି ୨୦୧୬ରେ ଭାରତ ସରକାର ଫ୍ରାନ୍ସ ୫୯,୦୦୦ କୋଟି ଟଙ୍କାରେ ସହ ୩୬ଟି ରାଫେଲ ଯୁଦ୍ଧ ବିମାନ କଣିବାକୁ ଚୁକ୍ତି କରିଥିଲେ।