spot_img

Latest Posts

ଆସୁଛି ଆଉ ୩ ରାଫେଲ୍, ଅମ୍ବାଲାରେ ସନ୍ଧ୍ୟା ସୁଦ୍ଧା କରିବ ଲାଣ୍ଡିଂ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶଗୁଡ଼ିକ ସହ ସୀମା ବିବାଦ ଜାରି ରହିଥିବା ବେଳେ ସେନାକୁ ସଶକ୍ତ କରବାକୁ ଚେଷ୍ଟା ଚାଲିଛି। ପୂର୍ବରୁ ୧୧ଟି ଲଢୁଆ ଯୁଦ୍ଧ ବିମାନ ରାଫେଲ ବାୟୁସେନାରେ ସାମିଲ ହୋଇଛି। ଆଜି ଆଉ ୩ଟି ରାଫେଲ ବାୟୁସେନାରେ ସାମିଲ ହେବ। ଫ୍ରାନ୍ସରୁ ଆସୁଥିବା ଏହି ଫାଇଟର ଜେଟ୍ ଆକାଶ ମାର୍ଗରେ ହିଁ ରିଫ୍ୟୁଲିଂ କରାଯିବ। ୟୁଏଇ ଆକାଶରେ ଏୟାର ଟୁ ଏୟାର ମାଧ୍ୟମରେ ବିମାନରେ ଇନ୍ଧନ ଭରାଯିବ।

ଏହି ୩ ଫାଇଟର ଜେଟ ଆଣିବାକୁ ଭାରତୀୟ ବାୟୁସେନାର ଏକ ଟିମ୍ ପୂର୍ବରୁ ଫ୍ରାନ୍ସରେ ପହଞ୍ଚିଥିଲେ। ସକାଳ ୭ଟାରୁ ଏହି ବିମାନଗୁଡ଼ିକ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଭାରତରେ ପହଞ୍ଚିବ । ସମସ୍ତ ବିମାନ ଅମ୍ବାଲା ଏୟାରବେସରେ ଲ୍ୟାଣ୍ଡ କରିବ। ଭାରତୀୟ ବାୟୁସେନାରେ ପୂର୍ବରୁ ୧୧ଟି ରାଫେଲ ଯୁଦ୍ଧ ବିମନା ସାମିଲ ହୋଇସାରିଛି। ଏବେ ଏହି ୩ ନୂଆ ରାଫେଲକୁ ମିଶାଇବା ପରେ ଏହି ସଂଖ୍ୟା ୧୪ରେ ପହଞ୍ଚିବ।

ସୂଚନାଯୋଗ୍ୟ,  ଭାରତ ସରକାର ଫ୍ରାନ୍ସରୁ ୩୬ ଟି ରାଫେଲ ଯୁଦ୍ଧ ବିମାନ ଆଣିବା ପାଇଁ ୫୮ ହଜାର କୋଟି ଟଙ୍କାର ଏକ ଚୁକ୍ତିନାମା କରିଛନ୍ତି । ୨୦୨୧ ସୁଦ୍ଧା ଏହି ସମସ୍ତ ଯୁଦ୍ଧ ବିମାନ ଭାରତୀୟ ବାୟୁସେନା ନିକଟରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ଏହି  ଯୁଦ୍ଧ ବିମାନର ସବୁଠାରୁ ବଡ଼ ବିଶେଷତ୍ତ୍ୱ ହେଉଛି ଏହା ଶତୃଦେଶର ସୀମାରେ ପ୍ରବେଶ ନକରି ୬ ଶହ କିଲୋମିଟର ଦୂରରୁ ଲକ୍ଷଭେଦ କରିପାରିବ। ଏହି ଯୁଦ୍ଧ ବିମାନରେ ବିନା ଲ୍ୟାଣ୍ଡିଂରେ ଇନ୍ଧନ ଭରିବାର ଟେକ୍ନୋଲୋଜି ରହିଛି।

Latest Posts

Don't Miss