ଗୋଷ୍ଠୀ ସଂଘର୍ଷରେ ୩ ଜଣଙ୍କର ମୃତ୍ୟୁ: ମୃତକଙ୍କ ମଧ୍ୟରେ ରହିଛନ୍ତି ବାପା-ପୁଅ

1 min read

ଆସିକା: ଆସିକା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଖାରିପଲ୍ଲୀରେ ଗୋଷ୍ଠୀ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଗୋଷ୍ଠୀର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀର ଜଣକର ମୃତ୍ୟୁ ହୋଇଛି । ସଂଘର୍ଷରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସଂଘର୍ଷରେ ଗୋଟିଏ ଗୋଷ୍ଠୀର ମୃତ୍ୟୁ ହୋଇଥିବା ୨ ଜଣଙ୍କ ମଧ୍ୟରେ ରହିଛନ୍ତି ବାପା ଓ ପୁଅ । ସେମାନେ ହେଲେ ଖଦାଳ ବେହେରା ଓ ରତ୍ନାକର ବେହେରା। ଅନ୍ୟ ଗୋଷ୍ଠୀର ମୃତକ ହେଲେ ରମେଶ ବେହେରା। ୩ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି। ଗୁଣିଗାରେଡି ଘଟଣାକୁ ନେଇ ଗତକାଲି ଖାରିପଲ୍ଲୀରେ ଏକ ବୈଠକ ବସିଥିଲା। ବୈଠକ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ କଥା କଟାକଟି ଓ ପରେ ସଶସ୍ତ୍ର ଆକ୍ରମଣ ହୋଇଥିଲା। ଗୋଷ୍ଠୀ ସଂଘର୍ଷ ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ଦୁଇ ପ୍ଲାଟୁନ ପୋଲିସ ପୋର୍ସ ସହ ଦୁଇ ଅତିରିକ୍ତ ଆରକ୍ଷୀ ଅଧିକାରୀ, ଆସିକା SDPO, ଧରାକୋଟ ତହସିଲଦାର ଓ ୫ ଥାନାର IIC ରହି ତଦନ୍ତ କରୁଛନ୍ତି। ଏହି ଘଟଣାରେ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ।