ରାସ୍ତା ଉପରେ ଯମ ହୋଇ ଛିଡ଼ା ହୋଇଥିଲା ଟ୍ରକ୍‌; ରାତି ଅଧରେ ନେଲା ୩ ଜୀବନ

ସୁନ୍ଦରଗଡ: ଟ୍ରକ୍‌ ଫଛରେ ପିଟିଲା ବାଇକ୍‌ । ଚାଲିଗଲା ତିନି ତିନିଟି ଜୀବନ । ଭୋଜି ଖାଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ପିଟି ହୋଇ ତିନି ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଛି । ଗତ ରାତିରେ ଦୁର୍ଘଟଣା ହୋଇଥିଲେ ମଧ୍ୟ ଆଜି ସକାଳୁ ଖବର ମିଳିଥିଲା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା କୁହ୍ଲିଆଜରଠାରେ । ମୃତକମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାବଡ଼ିଛି ।

ସୂଚନା ଅନୁଯାୟୀ, ପୂର୍ବରୁ ଦୁର୍ଘଟଣା ହୋଇଥିବା ଦୁଇଟି ଟ୍ରକ ରାସ୍ତା ଉପରେ ଛିଡ଼ା ହୋଇଥିଲା । ପୋଲିସ କର୍ମଚାରୀ ମାନେ ରାସ୍ତା ଉପରୁ ଏହାକୁ ସ୍ଥାନାନ୍ତରିତ କରିନଥିଲେ ।  ତଳସରା ଅଞ୍ଚଳର ୩ଜଣ ଯୁବକ ଭୋଜି ଖାଇବା ପାଇଁ ପାଖ ଏକ ଗାଁକୁ ଯାଇଥିଲେ । ଭୋଜି ଖାଇ ଫେରିବା ବାଟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ସେହି ଟ୍ରକ୍‌ ପଛରେ ନେଇ ପିଟିଥିଲେ । ଯାହାଫରେ ଘଟଣା ସ୍ଥଳରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ବିଳମ୍ବିତ ତାରିରେ ଏହି ଦୁର୍ଘଟଣା ହୋଇଥିବାରୁ ଏହାର ସୂଚନା କେହି ପାଇନଥିଲେ । ସ୍ଥାନୀୟ ଲୋକେ ଆଜି ଭୋରୁ ଏଭଳି ଦୃଶ୍ୟ ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ  କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ନିକଟସ୍ଥ ସବଡେଗାର ବାଙ୍କପଡ଼ାରେ ଓ ଅନ୍ୟ ୨ଜଣଙ୍କ ଘର ଗାଇଦିରାରେ ବୋଲି ଜଣାପଡ଼ିଛି। ଖବର ପାଇ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରିବାର ଲୋକେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

 

Leave a Reply