ମୁମ୍ବାଇରେ ବିଲ୍ଡିଂର ସ୍ଲାବ ଭୁଶୁଡି ୭ ଜଣଙ୍କ ମୃତ୍ୟୁ : ମୃତକଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲ୍ଲାର..

ନନ୍ଦିଘୋଷ ବ୍ୟୁରୋ: ମୁମ୍ବାଇର ଥାନେ ନିକଟ କଲ୍ୟାଣ ଅଞ୍ଚଳରେ ବଡ଼ ଧରଣର ଦୁର୍ଘଟଣା । ବିଲ୍ଡିଂର ସ୍ଲାବ ଭୁଶୁଡି ଜଣେ ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳର । ଏକ ଆବାସିକ କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଶିଶୁ ସମେତ ଅନ୍ୟ ୬ ଜଣଙ୍କର ମୃତ୍ୟୁ ଘଟିଛି । କଲ୍ୟାଣ ଡୋମ୍ବ୍ରିଭାଲି ମ୍ୟୁନିସିପାଲ କର୍ପୋରେସନର ଅଧିକାରୀ ଦୁର୍ଘଘଟଣାର ସୂଚନା ଦେଇଛନ୍ତି । କୋଠାର ସ୍ଲାବ ଭୁଶୁଡ଼ି ପଡ଼ିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀମାନେ କହିଛନ୍ତି । ଏବେ ବି ଜଣେ ବ୍ୟକ୍ତି ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । କୋଠାଟିକୁ ‘ବିପଜ୍ଜନକ’ ଘୋଷଣା କରାଯାଇଥିଲା । ବର୍ଷା ଋତୁ ପୂର୍ବରୁ ଘରକୁ ଖାଲି କରିବାକୁ ନୋଟିସ ଜାରି କରାଯାଇଥିଲା । ଦୁର୍ଘଟଣା ସମୟରେ ଲୋକମାନେ କୋଠାରେ ଥିଲେ। ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭଗ୍ନାବଶେଷ ତଳେ କେହି ପୋତି ହୋଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ସନ୍ଧାନ କରାଯାଉଛି ।