ଜିମ୍ବାଓ୍ବେ ବିପକ୍ଷ ଟି-୨୦ ସିରିଜରେ ଏହି ୩ ଖେଳାଳିଙ୍କୁ ମିଳିଲା ସୁଯୋଗ

1 min read

ନନ୍ଦିଘୋଷ ବ୍ୟୁରୋ: ଜିମ୍ବାଓ୍ବେ ଗସ୍ତରେ ଯିବ ଟିମ ଇଣ୍ଡିଆ । ଶୁଭମନ ଗିଲଙ୍କ ଅଧିନାୟକତ୍ବରେ ଏହି ଟିମ ଗସ୍ତ କରିବାକୁ ଥିବାବେଳେ ୧୫ ଜଣିଆ ଟିମ ଘୋଷଣା ହୋଇ ସାରିଛି । ତେବେ  ଏହି ଟିମରେ ସ୍ଥାନ ପାଇଥିବା ଶିଭମ ଦୁବେ, ସଞ୍ଜୁ ସାମସନ ଏବଂ ଜୟସ୍ବୀ ଜୟସ୍ବାଲଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ଏହି ୩ ଖେଳାଳିଙ୍କ ସ୍ଥାନରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣାଙ୍କୁ ଦଳରେ ସ୍ଥାନ ମିଳିଛି । ଟି-୨୦ ବିଜୟୀ ହୋଇଥିବା ଭାରତୀୟ ଦଳର ୧୫ ଜଣିଆ ଟିମରେ ଏହି ଖେଳାଳି ରହିଥିବାବେଳେ ଏମାନଙ୍କୁ ବିଶ୍ରାମ ଦିଆଯାଇଛି । ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।