ରାଜ୍ୟରେ ଆଉ ୩ଜଣ ସଂକ୍ରମିତଙ୍କ ମୃତ୍ୟୁ
1 min readଭୁବନେଶ୍ୱର: ସଂକ୍ରମଣ ସହ ତାଳ ଦେଇ ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ଆଉ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୮୬ରେ ପହଞ୍ଚିଛି । ଗଞ୍ଜାମର ୨ କରୋନା ଆକ୍ରାନ୍ତ ଆଖି ବୁଜିଥିବା ବେଳେ ଗଜପତିରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
Regret to inform the demise of 3 Covid positive patients while under treatment in hospitals.
1. A 63-year old Male of Ganjam district.
2. A 60-year old Male of Ganjam district.
3. A 48-year old female of Gajapati district who was also suffering from obesity and sleep apnea.
— H & FW Dept Odisha (@HFWOdisha) July 18, 2020
ଗଞ୍ଜାମ ଜିଲ୍ଲାର ୬୩ ବର୍ଷୀୟ ଏବଂ ୬୦ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିଭଳି ଗଜପତି ଜିଲ୍ଲାର ୪୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି । ସେ ମେଦ ବହୁଳ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି ।
ଆଜି ୨ ନୂଆ ମୃତ୍ୟୁ ସହ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫୨ରେ ପହଞ୍ଚିଛି । ଯେତେବେଳେ କି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୨୮୦ ଛୁଇଁଛି । ସେହିପରି ଆଜି ରାଜ୍ୟରେ ୫୯୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଏଥିରୁ ଗଞ୍ଜାମ ଜିଲ୍ଲାର ୧୮୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Covid-19 Report For 17th July
New Positive Cases: 591
In Quarantine: 394
Local Contacts: 197(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 13
3. Baragarh: 35
4. Bhadrak: 3
5. Bolangir: 9
6. Boudh: 5— I & PR Department, Odisha (@IPR_Odisha) July 18, 2020
ସଂକ୍ରମଣ ରୋକିବାକୁ ସରକାର କଡ଼ା ପଦକ୍ଷେପ ନେଉଛନ୍ତି । ଗତକାଲିଠାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ପୌରାଞ୍ଚଳରେ ଲକଡାଉନ୍ ଲାଗୁ ହେଉଛି । ଗତକାଲି ରାତି ୯ଟାରୁ ଲକଡାଉନ୍ ଜୁଲାଇ ୩୧ ତାରିଖ ଯାଏଁ ବଳବତ୍ତର ରହିବ । ତେବେ ଏହି ସମୟରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯିବ ।