ଆଉ ୩ ମାସ କୋହଳ ହେଲା ଆରଟିଓ ଯାଞ୍ଚ, ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ଘୋଷଣା

1 min read

ଭୁବନେଶ୍ୱର : ଆଉ ୩ ମାସ ବଢ଼ିଲା ଡେଡଲାଇନ୍ । ଆରଟିଓ ଯାଞ୍ଚ ୩ ମାସ କୋହଳ କରିଛନ୍ତି ସରକାର । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏ ନେଇ ସୂଚନା ଦେଇଛନ୍ତି । ଗାଡ଼ି କାଗଜପତ୍ର ପ୍ରସ୍ତୁତ ପାଇଁ ଲୋକଙ୍କୁ ଅଧିକ ୩ ମାସର ସମୟ ଦିଆଯାଇଛି । ତେବେ ମଦ ପିଇଥିବା ବ୍ୟକ୍ତିଙ୍କୁ ପୂର୍ବଭଳି ଧରାଯିବ । ବିନା ହେଲମେଟ୍ ଲୋକଙ୍କୁ ମଧ୍ୟ ଧରପଗଡ଼ ହେବ । ଲାଇସେନ୍ସ, ଫିଟନେସ୍ ଓ ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ସମୟ ଦିଆଯାଇଛି । ଗତ କିଛିଦିନ ଧରି ଆରଟିଓ ଅଫିସ ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଥିଲା । ଲୋକେ କାଗଜପତ୍ର ପ୍ରସ୍ତୁତ କରିବାକୁ ଭିଡ଼ ଜମାଉଥିଲେ ।

ଡିସେମ୍ୱର ୧ ତାରିଖରୁ ଲାଗୁ ହେବାର ଥିଲା ନୂଆ ନିୟମ । ଆଜି ବିଧାନସଭାରେ ଏହାକୁ ବୃଦ୍ଧି କରିବାକୁ ଦାବି କରିଥିଲେ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର । ସବୁ ଦଳର ବିଧାୟକ ଆଜି ଅବଧି ବଢ଼ାଇବାକୁ ଦାବି କରିଥିଲେ । ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

କେବଳ ଗାଡ଼ିର କାଗଜପତ୍ର ପ୍ରସ୍ତୁତିକୁ ଛାଡ଼ି କିଛି ନିୟମରେ ହୋଇନି ପରିବର୍ତ୍ତନ, ପୂର୍ବଭଳି ଏହା ଲାଗୁ ହେବ 

୧- ମଦ ପିଇ ଗାଡ଼ି ଚାଳାଇବେ ଦେବେ ଜୋରିମାନା

୨- ଟ୍ରିପଲ୍ ରାଇଡିଂ ( ତିନି ଜଣ ଗାଡ଼ିରେ ଗଲେ ପଡ଼ିବ ଫାଇନ୍ )

୩- ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଦେବେ ଫାଇନ୍

୪- ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର କଲେ ଫାଇନ୍ ଲାଗିବ

୫- ରେଡ୍ ଲାଇଟ୍ ଜମ୍ପ କଲେ ଦେବେ ଜୋରିମାନା

୬- ହେଲମେଟ୍ କିମ୍ୱା ସିଟବେଲ୍ଟ ପିନ୍ଧି ନଥିଲେ ଦେବେ ଫାଇନ୍

୭- ଆବଶ୍ୟକତା ଠାରୁ ଅଧିକ ଲୋଡ୍ ନେଲେ  ଲାଗିବ ଫାଇନ୍

୮- ରାସ୍ତାର ବିପରୀତ ପାର୍ଶ୍ୱରେ ଗାଡ଼ି ଚଳାଇଲେ ଦେବେ ଫାଇନ୍

ତେବେ ଗତ  ୩ ମାସରେ ୧ ଲକ୍ଷରୁ ଅଧିକ ଲାଇସେନ୍ସ ଲାଗୁ ହୋଇଥିବା ବିଧାନସଭାରେ ମନ୍ତ୍ରୀ କହିଛନ୍ତି । ଲୋକଙ୍କ ସମସ୍ୟାକୁ ବୁଝିବାକୁ ବହୁ ସ୍ଥାନରେ ନୂଆ କାଉଣ୍ଟର ଓ ଅତିରିକ୍ତ କାଉଣ୍ଟର ଖୋଲାଯାଇଥିଲା । ଆରଟିଓଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ ଆଉ ୩ ମାସ ନିୟମ କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶରେ ନୂଆ ନିୟମ ଲାଗୁ ହେବା ପରେ ଓଡ଼ିଶାରେ ୯.୫ ଲକ୍ଷ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ସୂଚନା ଦିଆଯାଇଛି ।

https://nandighoshatv.comnew-traffic-rules-to-be-implemented-after-4-days/

 

Leave a Reply