ଗାଁ କାନ୍ଦୁଛି, ଗୋଟିଏ ଦିନରେ ୩ କଅଁଳ ଶିଶୁଙ୍କୁ ଛଡାଇ ନେଲା କାଳ

କେନ୍ଦ୍ରାପଡ଼ା: ଜିଲ୍ଲା ରାଜନଗରରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ୩ଶିଶୁଙ୍କ ମୃତ୍ୟୁ ହୋଇଛି । ପୂର୍ବାହ୍ନରେ ବଗପାଟିଆ ଗାଁର ୩ଜଣ ଶିଶୁ ପୋଖରୀକୁ ଶୌଚ ହେବାକୁ ଯାଇଥିବାବେଳେ ବୁଡ଼ିଯାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକ । ପରେ ପୋଖରୀରୁ ସମସ୍ତଙ୍କୁ ଉଦ୍ଧାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ହେଲେ ୧୦ବର୍ଷୀୟ ବିଶାଳ ରାଉତ, ସନ୍ଦୀପ ସାହୁ ଓ ବିସେନ ପରିଡା । ଗାଁ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଗାଁରେ ବିଧାୟକ ଧ୍ରୁବ ସାହୁ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଭଳି ଘଟଣା ସମଗ୍ର ଅଞ୍ଚଳକୁ ସ୍ତମ୍ବୀଭୁତ କରିଦେଇଛି  । ଗୋଟିଏ ଗାଁରେ ଏକାବେଳକେ ଯାଇଛି ୩ ଜଣଙ୍କ ଜୀବନ  । ସ୍ଥାନୀୟ ବିଧାୟକ ଘଟଣାସ୍ଥଳରେ ପହଁଚି ମୃତକଙ୍କ ପରିବାର ସହ ଆଲୋଚନା କରିଥିଲେ  ।