ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ବୌଦ୍ଧ: ପବିତ୍ର ବିଜୟାଦଶମୀରେ ମହା ଅଘଟଣ । ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ । ମାଆ ପୁଅ ସମେତ ଦିଅର ମୃତ । ମୃତକ ହେଲେ ସୁକାନ୍ତି ବେହେରା , ପୁଅ ସୋହନ ବେହେରା , ଦିଅର ଶୁଶୀଳ ବେହେରା । ପୁରୁଣାକଟକ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଓଦା ଲୁଗା ଶୁଖାଉଥିବା ବେଳେ ମିଟର କରେଣ୍ଟରେ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଜବଲପୁର ଗ୍ରାମର ସୁକାନ୍ତି ବେହେରା ଗାଧୋଇ ସାରି ନିଜ ଓଦା ଲୁଗା ସୁଖାଉଥିବା ବେଳେ ପାଖରେ ଥିବା ମିଟରେ ଲୁଗାଟି ପଡିଯାଇଥିଲା । ଫଳରେ ସୁକାନ୍ତି ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ । ଚିତ୍କାର ଶୁଣି ତାଙ୍କର ୧୧ ବର୍ଷର ପୁଅ ପାଖକୁ ଆସି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ।

ତେବେ ସୁକାନ୍ତିଙ୍କ ଦିଅର ଶୁଶୀଳ ବେହେରା ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାବେଳେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗାଁ ଲୋକେ ପାଟି ଶୁଣି ଗାଁ ବିଦ୍ୟୁତ କାଟି ୩ ଜଣଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।