spot_img

Latest Posts

ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ଝିଅଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ: କାରରୁ ମିଳିଲା ମୃତଦେହ । ଗୋଟିଏ ପରିବାରର ବାପା, ମା’ ଏବଂ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟା ସନ୍ଦେହ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବାଣିପାହାଡ଼ ଅଞ୍ଚଳରୁ ଆସିଛି ଏଭଳି ଖବର । ବାଣିପାହାଡ଼ ପଡିଆରେ ଏକ କାରରୁ ୩ ଜଣଙ୍କ ମୃତଦେହ ଠାବ କରାଯାଇଛି । ବୁଧବାର ସନ୍ଧ୍ୟାରେ ନିଖୋଜ ମାମଲା ଦାୟର କରିଥିଲେ ମୃତକ ସୁରଜଙ୍କ ପରିବାର ଲୋକେ।  ସୁରଜ ତାଙ୍କ ସ୍ତ୍ରୀ ଖୁସବୁ ଏବଂ ଝିଅ ଅର୍ପିତା ନିଖୋଜ ଥିବା ଓରିଏଣ୍ଟ ଥାନାରେ ମାମଲା ଦେଇଥିଲେ ମୃତ ସୁରଜଙ୍କ ପରିବାର। ରାତିରେ ଗୋଟିଏ କାରରେ ସୁରଜ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କ ମୃତଦେହ ଠାବ କରିଥିଲା ପୋଲିସ। ଖୁସବୁ ରାୟ ଏବଂ ଝିଅ ଅର୍ପିତାଙ୍କ ଆଖିରେ କପଡ଼ା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସେମାନଙ୍କ ମୁଣ୍ଡରେ ଗୁଳି ବାଜିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗୁରୁବାର ସକାଳୁ ଏସପିଙ୍କ ନେତୃତ୍ବରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

Latest Posts

Don't Miss