ପୋଲିସ ଡିଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୩ ମାଓବାଦୀ
1 min read
ଭୁବନେଶ୍ୱର: ତିନି ଜିଲ୍ଲା ଗସ୍ତରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅଭୟ । ଆଜି ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ଡିଜିପି ସୂଚନା ଦେଇଛନ୍ତି । ୨ ଜଣ ଏରିଆ କମିଟି ମେମ୍ବର ଓ ଜଣେ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ୨ ଏରିଆ କମିଟିଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁର ପୁରସ୍କାର ରାଶି ରହିଥିଲା । ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ଓଡ଼ିଆ ।
ଜଣେ ନାରାୟଣପାଟଣା-ବୈପାରୀଗୁଡ଼ାର ହୋଇଥିବା ବେଳେ ଆଉ ଜଣେ ମାଲକାନଗିରିର ବୋଲି ଜଣାପଡ଼ିଛି । ଆତ୍ମସମର୍ପଣ କରିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ମହିଳା ବୋଲି କହିଛନ୍ତି ଡିଜିପି । ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଡିଜିପି ପୁଣି ଥରେ ଆହ୍ୱାନ ଦେଇଛନ୍ତି ।
କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଗସ୍ତ ବେଳେ ଡିଜିପି ମାଓ ସହ ଅନ୍ୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କନ୍ଧମାଳ ଓ ରାଉରକେଲା ପୋଲିସ ଗଞ୍ଜେଇ ଜବତ ଦିଗରେ ଭଲ କାମ କରିଥିବା କହିଛନ୍ତି ଡିଜିପି ।