ରାଜଧାନୀରେ ବଡ଼ ଧରଣର ଲୁଟ୍, ଗ୍ରୀଲ୍ ତାଡ଼ି ଲୁଟି ନେଲେ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରେ ବଡ଼ ଧରଣର ଲୁଟ୍‌ । ଏକ ଘଣ୍ଟାର ଅପରେସନରେ ଲୁଟିନେଲେ ୩ ଲକ୍ଷ ଟଙ୍କା । ଗଜପତିନଗରରେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ଅଫିସରେ କଳାକନା ବୁଲାଇଲେ ୪ ଦୃର୍ବୁତ୍ତ । ଗ୍ରିଲ୍ ତାଡି ଲୁଟି ନେଲେ ୩ ଲକ୍ଷ ଟଙ୍କା, ଗୋଲଡ ଓ ସିଲଭର କଏନ । ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ୪ ଜଣ ଲୁଟେରା ବିଳମ୍ବିତ ରାତିରେ ଆସିଥିଲେ । ଦୁଇଜଣ ବାହାରେ ଥିବା ବେଳେ ଦୁଇଜଣ ଭିତରକୁ ପଶିଥିଲେ । ଚୋରି ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରେ ପୋଲିସ ଓ ଫରେନସିକ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି ।