ବିଞ୍ଝାରପୁରରେ ମାଟି ଅତଡ଼ା ଧସି ୩ ମୃତ

ବିଞ୍ଝାରପୁର : ମାଟି ଅତଡ଼ା ଧସି ୩ ମୃତ । ଯାଜପୁର ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ରାହାସଗୁହାଳି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ପାଇପ ବିଛାଉଥିବାବେଳେ ଶ୍ରମିକଙ୍କ ଉପରେ ମାଟି ଅତଡ଼ା ଧସିଥିଲା । ମାଟିରେ ପୋତି ହୋଇ ସମସ୍ତଙ୍କର ମୃତ୍ଯୁ ହୋଇଥିବା ସନ୍ଦେହ କରାଯାଉଛି । ଶ୍ରମିକମାନେ ବାହାର ରାଜ୍ଯର ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା ଅନୁସାରେ କିଛିଦିନ ହେବ ଯାଜପୁର ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଅଞ୍ଚଳରେ ପାଇପ୍ ବିଛାଯିବା କାର୍ଯ୍ୟ ଚାଲୁଛି । ବାହାର ରାଜ୍ୟରୁ ଶ୍ରମିକମାନେ ଆସି କାମ କରୁଥିଲେ । କେଉଁ ପରିସ୍ତିତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ସେନେଇ କାରଣ ଖୋଜୁଛି ପୋଲିସ । ଅପରପକ୍ଷେ ମୋଟ କେତେ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରେ କୌଣସି ଶତୃତା ଥିଲା କି ? ଯଦି ମାଟି ଅତଡା ଖସି ମୃତ୍ୟୁ ହୋଇଛି ତାହେଲେ ଘଟଣା ସ୍ଥଳରେ ଆଓ କେଉଁମାନେ ଉପସ୍ଥିତ ଥିଲେ ତାହାର ମଧ୍ୟ ତଦନ୍ତ କରୁଛି ପୋଲିସ ।