ଦୀପାବଳି ପୂର୍ବରୁ ବାଣ ଗୋଦାମରେ ବ୍ଲାଷ୍ଟ, ୩ ମୃତ୍ୟୁ

ମୋରେନା: ଦୀପାବଳି ପୂର୍ବରୁ ବାଣ ଗୋଦାମରେ ବ୍ଲାଷ୍ଟ । ମଧ୍ୟପ୍ରଦେଶ ମୋରେନାର ବେଆଇନ ବାଣ ଗୋଦାମରେ ବିସ୍ଫୋରଣ । ଜେତପୁର ରେଡଠାରେ ଥିବା ଏକ ବାଣ ଗୋଦାମରେ ବିସ୍ଫୋରଣ ଯୋଗୁ ପୂରା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ଏହି ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ବିଲ୍ଡିଂ ତଳେ ପ୍ରାୟ ୭ ଜଣ ଫସି ରହିଛନ୍ତି ।

ମୃତକ ତିନି ଜଣ ବାଣ ଗୋଦାମରେ କାର୍ଯ୍ୟ କରୁଥିବା ଶ୍ରମିକ ବୋଲି ସନ୍ଦେହ କରାଯାଉଛି । ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି । ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଣ ଗୋଦାମ ଚାଲିଥିବା ବିଲ୍ଡିଂରେ ଲୋକମାନେ ଭଡାରେ ରହୁଥିଲେ ବୋଲି ଜଣାପଡ଼ିଛି ।