କଳିଙ୍ଗ ନଗରରେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର୍, ୩ ଗୁରୁତର

ଚଣ୍ଡିଖୋଲ: ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର୍ । ଯାଜପୁର ଜିଲ୍ଲା ଚଣ୍ଡିଖୋଲ କଳିଙ୍ଗନଗର 53 ନମ୍ବର ଜାତୀୟ ରାଜପଥର ଝାଟିଆପଡା ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣ ଗୁତୁତର ହୋଇଛନ୍ତି । କାର୍ଟି ଡୁବୁରୀରୁ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା ।
ଘଟଣାସ୍ଥଳରେ ଧର୍ମଶାଳା ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବଡ଼ଚଣା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଏସସିବି ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବ୍ରିଜର ସାଇଡ ରେଲିଂ ନଥିବାରୁ କାରଟି ବ୍ରିଜ ତଳକୁ ଖସି ପଡିଥିଲା । ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉ ନଥିବାରୁ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।