ଭାରତ-ଚୀନ ସୀମାରେ ଉତ୍ତେଜନା: ଗଲବାନ ଘାଟିରେ ଭାରତର ଜଣେ ଅଧିକାରୀ,ଦୁଇ ଯବାନ ସହିଦ

1 min read

ଲେହ: ଭାରତ ଓ ଚୀନ ମଧ୍ୟରେ କିଛି ଦିନ ଧରି ଚାଲିଥିବା ବିବାଦ ଆଜି ବିସ୍ଫୋରକ ମୋଡ ନେଇଛି । ସୋମବାର ରାତିରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି । ଯେଉଁଥିରେ ଭାରତର ଦୁଇ ଜଣ ଯବାନ ଓ ଜଣେ ଅଧିକାରୀ ସହିଦ ହୋଇଛନ୍ତି ।  ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ସ୍ଥିତି ସାମାନ୍ୟ ହୋଇଥିବା ଦାବି କରାଯାଉଥିଲା ।

ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା ବୟାନ ଅନୁସାରେ ‘ଗଲବାନ ଘାଟିରେ ସୋମବାର ରାତିରେ ଡି-ଏସକେଲେସନ୍ ପ୍ରକ୍ରିୟା କାଳରେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଯେଉଁଥିରେ ଭାରତୀୟ ସେନାର ଜଣେ ଅଧିକାରୀ ଓ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି । ଦୁଇ ଦେଶର ବରିଷ୍ଠ ଅଧିକାରୀ ଏବେ ସ୍ଥିତି ସାମାନ୍ୟ କରିବାକୁ ବୈଠକ କରୁଛନ୍ତି’’

ସୂଚନାଯୋଗ୍ୟ ଯେ, ଭାରତ ଓ ଚୀନ୍ ମଧ୍ୟରେ ମେ ମାସ ଆରମ୍ଭରୁ ଲଦାଖ ସୀମାରେ ଉତ୍ତେଜନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ଚୀନ୍ ସେନା ଭାରତ ଦ୍ୱାରା ନିର୍ଧାରିତ ଏଲଏସିକୁ ଅତିକ୍ରମ କରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପେଙ୍ଗାଙ୍ଗ୍ ହ୍ରଦ,ଗଲବାନ ଘାଟି ପର୍ଯ୍ୟନ୍ତ ଚୀନ ସେନା ଆସିଥିଲେ । ଚୀନ ପଟୁ ସେଠାରେ ପ୍ରାୟ ୫ ହଜାର ସୈନିକଙ୍କୁ ମୁତ୍ତୟନ କରାଯାଇଛି । ଏହା ସହ ଚୀନ୍ ସେଠାରେ ସାମରିକ ସରାଞ୍ଜମ ଜମା କରୁଛି ।

 

Leave a Reply