ଗଛରେ ଗୋଟିଏ ଓଢ଼ଣିରେ ଝୁଲି ପଡ଼ିଲେ ୩ ସାଙ୍ଗ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କୁସୁମ ଗଛରେ ଝୁଲୁଛି ୩ ଯୁବତୀଙ୍କ ମୃତଦେହ । ତୋହରା ପଞ୍ଚାୟତ ଡଙ୍ଗରିଭଟାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ତିନି ଯୁବତୀ ତିନି ସାଙ୍ଗ ବୋଲି ସୂଚନା ମିଳିଛି ।
ସେମାନଙ୍କ ପଚିରୟ ହେଉଛି, ହେମଲତା ଗୌଡ଼ (୨୧), କୌଶଲ୍ୟା ମାଝୀ (୧୬) ଓ ଫୁଲମତି ମାଝୀ (୧୫) । ସମସ୍ତେ ତୋହରା ଗାଁର ବୋଲି ଜଣା ପଡ଼ିଛି । ତେବେ ତିନି ସାଙ୍ଗ ଓଢ଼ଣି ଲଗାଇ କାହିଁକି ଗଛରେ ଆତ୍ମହତ୍ୟା କଲେ ଜଣାପଡ଼ିନାହିଁ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।