spot_img

Latest Posts

ପୁଣି ଖୋଲିଲା ୩ଟି ଗେଟ୍… ହୀରାକୁଦ ଡ୍ୟାମର ମୋଟ୍ ୧୫ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ଆଜି ପୁଣି ହୀରାକୁଦ ଡ୍ୟାମର ୩ଟି ଗେଟ୍ ଖୋଲିଲା । ବର୍ତ୍ତମାନ ମୋଟ ୧୫ ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୧ ହଜାର ୨୨୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୨ଲକ୍ଷ ୪୫ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।

ଉପର ମୁଣ୍ଡରୁ ଜଳପ୍ରବାହ ବୃଦ୍ଧିପାଇଲେ ଆହୁରି ଅଧିକ ଗେଟ୍ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ସକାଳ ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୧୫.୮୩ ଫୁଟ ରହିଛି ।

ଗତ ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା। ଗତ କାଲିଠୁ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାର ଭିତରକୁ ସେକେଣ୍ଡ ପ୍ରତି ୯୯ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ସେକେଣ୍ଡ ପ୍ରତି ୧ ଲକ୍ଷ ୭୦ ହଜାର ୫୦୪ ଘନଫୁଟ ଜଳ ନିଷ୍କାସିତ ହେଉଛି।

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୪୧ ଫୁଟ୍‌ ରହିଛି। ଜଳଭଣ୍ଡାରରେ ପାଣି ବଳକା ରହିଥିବାରୁ ଚଳିତ ବର୍ଷ ବହୁ ଆଗରୁ ଗେଟ୍‌ ଖୋଲାଯାଇ ଜଳଭଣ୍ଡାରରେ ୬୦୫ ଫୁଟ୍‌ ପର୍ଯ୍ୟନ୍ତ ରଖାଯିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ କହିଛନ୍ତି।

Latest Posts

Don't Miss