ଭିଜିଲାନ୍ସ ଜାଲରେ ITDAର ୩ ଯନ୍ତ୍ରୀ, ସରକାରୀ ଗାଡ଼ିରେ ନେଉଥିଲେ ବିପୁଳ ଟଙ୍କା
1 min readନବରଙ୍ଗପୁର: ହରଡ଼ଘଣାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA)ର ୩ ଯନ୍ତ୍ରୀ । ସରକାରୀ ଗାଡ଼ିରେ ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସେମାନଙ୍କ ନିକଟରୁ ଭିଜିଲାନ୍ସ ନଗଦ ୩ ଲକ୍ଷ ୧୧ ହଜାର ଟଙ୍କା ଜବତ କରିଛି । ତେବେ, ଏତେ ଟଙ୍କା ନେଇ କାହିଁକି ତିନିଜଣ ଯନ୍ତ୍ରୀ ଯାଉଥିଲେ ? ଭିଜିଲାନ୍ସ ଏନେଇ ପଚରାଉଚରା ଜାରି ରଖିଛି ।
ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଭିଜିଲାନ୍ସ ସୂଚନା ପାଇଥିଲା ସରକାରୀ ଗାଡ଼ିରେ ବିପୁଳ ଟଙ୍କା ନିଆଯାଉଛି । ପ୍ରାକ୍ ସୂଚନା ଅନୁସାରେ ନବରଙ୍ଗପୁର ଭିଜିଲାନ୍ସର ଟିମ୍ ପାପଡ଼ାହାଣ୍ଡି ନିକଟ ମୃଗ ବିହାର ନିକଟରେ ଛକି ରହିଥିଲା । ରେଡ୍ ବେଳେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଗାଡ଼ି (OD 24 A 3328)ରୁ ନଗଦ ୩ ଲକ୍ଷ ୧୧ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଛି । ଏଥିସହ ଗାଡ଼ିରେ ଥିବା ୩ ଯନ୍ତ୍ରୀଙ୍କୁ ଜେରା କରୁଛି ଭିଜିଲାନ୍ସ ।
ନବରଙ୍ଗପୁର ଆଇଟିଡିଏ ଅଫିସର ଇନ୍ ଚାର୍ଜ ଏଇ ଶରତ କୁମାର ମାଝୀ, କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା ଅଫିସ୍ ଗାଡ଼ରେ ଉମରକୋଟ ଯାଉଥିଲେ । ୩ ଜଣ ଜେଇ ସାଙ୍ଗରେ ଏତେ ଟଙ୍କା ନେଇ ଯାଉଥିବା ଭିଜିଲାନ୍ସ ଖବର ପାଇଥିଲା । ରେଡ୍ ପରେ ଗାଡ଼ିରୁ ୩ ଲକ୍ଷ ୧୧ ହଜାର ଟଙ୍କା ମିଳିଥିବା ବେଳେ ଭିଜିଲାନ୍ସ ୩ ଜଣ ଜେଇଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଅନୁମାନ କରାଯାଉଛି କୌଣସି ଠିକା କାମରୁ ମିଳିଥିବା ଅର୍ଥକୁ ନେଇ ସେମାନେ ଉମରକୋଟ ଯାଉଥିଲେ ।