୩ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସତ୍ବ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଏବଂ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ ଓ ସାଧିକାଙ୍କୁ ସମ୍ବର୍ଦ୍ଧନା । ୨୦୨୧ ମସିହା ପାଇଁ ଔପନ୍ୟାସିକା ପ୍ରତିଭା ରାୟଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର । ୨୦୨୨ ମସିହା ପାଇଁ କବି ସୀତାକାନ୍ତ ମହାପାତ୍ରଙ୍କୁ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି ।

ସେହିଭଳି ୨୦୨୩ ପାଇଁ କବି ଶ୍ରୀନିବାସ ଉଦ୍ଦଗାତାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସମସ୍ତଙ୍କୁ ପୁରସ୍କାର ରାଶି ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଯାଇଛି । ଅର୍ଥ ରାଶି ସାଙ୍ଗକୁ ମାନପତ୍ର, ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରାଯାଇଛି । ସେହଭିଳି ୩ ବର୍ଷର ୪୫ ଜଣ ବରିଷ୍ଠ ସାରସ୍ୱତ ସାଧକଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ସେମାନଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସାଙ୍ଗକୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇଛି । ବିଭିନ୍ନ ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।