ଜାମ୍ମୁ ଆକାଶରେ ପୁଣି ଉଡ଼ିଲା ୩ଟି ଡ୍ରୋନ୍, ଏୟାରବେସରେ ଲାଗିଲା ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଜାମର

1 min read
3 Drones Spotted In Kaluchak Kunjwani Jammu On 30th June

ଶ୍ରୀନଗର: ଜାମ୍ମୁରେ ପୁଣି ଉଡ଼ିଲା ଡ୍ରୋନ୍ । ଏକାଥରକେ ତିନି ତିନୋଟି ଡ୍ରୋନ୍ ଜାମ୍ମୁ-କାଶ୍ମୀରର ଆକାଶରେ ଚକ୍କର କାଟିଛି । ବାୟୁସେନାର ଏୟାରବେସରେ ବିସ୍ଫୋରଣ ପରେ ସେନା ଶିବିର ଉପରେ ଡ୍ରୋନ୍ ଉଡ଼ିବା ପୁଣି ଚିନ୍ତା ବଢ଼ାଇଛି । ବୁଧବାର ସକାଳେ ଜାମ୍ମୁର କାଳୁଚକ, ମିରାନ ସାହବ ଓ କୁଞ୍ଜବନିରେ ୩ଟି ଡ୍ରୋନ୍ ଉଡ଼ିଥିବା ଦେଖାଯାଇଛି । ଯାହାକୁ ନେଇ ସୁରକ୍ଷାକର୍ମୀ ସତର୍କ ରହିଛନ୍ତି ।

3 Drones Spotted In Kaluchak Kunjwani Jammu On 30th June

ତେବେ ଡ୍ରୋନ୍ ଉଡ଼ିବା ନେଇ ଅଧିକ ତଥ୍ୟ ସେନା ପକ୍ଷରୁ ଦିଆଯାଇ ନାହିଁ । ଡ୍ରୋନ୍ ବିପଦକୁ ଦୃଷ୍ଟିରେ ରଖି ଜାମ୍ମୁର ବାୟୁସେନା ଷ୍ଟେସନରେ ସୁରକ୍ଷା ପାଇଁ ଆଣ୍ଟି ଡ୍ରୋନ୍ ସିଷ୍ଟମ ଓ ଜାମର ଭଳି ଅତ୍ୟାଧୁନିକ ଉପକରଣ ଲଗାଯାଇଛି । ଅଧିକାରୀଙ୍କ ଅନୁସାରେ, ବାୟୁସେନା ଷ୍ଟେସନରେ ଏନଏସଜି ମୁତୟନ ହୋଇଥିବା ବେଳେ ଆଣ୍ଟି ଡ୍ରୋନ୍ ସିଷ୍ଟମ ଲାଗିଛି । ଜାମ୍ମୁର ସମସ୍ତ ସେନା ଶିବିରରେ ଏହା ଲଗାଯିବ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ସୋମବାର ରତ୍ନୁଚକ ଓ କାଳୁଚୋକରେ ୨ଟି ଡ୍ରୋନକୁ ଯବାନ ଗୁଳି କରିବା ପରେ ତାହା ପଳାଇଥିଲା ।

Leave a Reply