ଲକଡାଉନ୍‌ରେ ୩ ଭାରତୀୟ ଡ୍ରାଇଭରଙ୍କର ଲଟେରୀ ପାଇଁ ଖୋଲିଲା ଭାଗ୍ୟ : ଅଭାବ ଯୋଗୁଁ ବିକିବାକୁ ଯାଉଥିଲେ ଗାଡି, ଜିତିଲେ ୪୧ କୋଟି ଟଙ୍କା

1 min read

ଦୁବାଇ: ମଣିଷର ଭାଗ୍ୟ କେତେବେଳେ ଯେ ବଦଳିବ ତାହା କିଛି କହିହେବ ନାହିଁ । କେବେ କିଏ ଗରିବରୁ ଧନି ହୋଇଥାଏ ତ କେବେ କିଏ ଧନିରୁ ଗରିବ ହୋଇଥାଏ । ଏଭଳି କେବଳ ଫିଲ୍ମରେ ଯେ ହୁଏ ତାହା ଭୁଲ । ବାସ୍ତବରେ ମଧ୍ୟ ଏମିତି ଅନେକ ଲୋକେ ଅଛନ୍ତି ଯିଏ ସାଧାରଣ ଉପାୟରେ କୋଟିପତି ହୋଇଛନ୍ତି । ଆପଣ ଶୁଣିଥିବେ ଯେ, କେବେ କେବେ ବସ୍ତି ଲୋକଙ୍କର ରାତାରାତି ଭାଗ୍ୟ ବଦଳିଯାଏ । ହଠାତ୍ ସେମାନେ ଧନି ହୋଇଯାଆନ୍ତି । ଠିକ୍ ଏହିଭଳି ଚମତ୍କାର ନିକଟରେ ଦୁବାଇରେ ଦେଖିବାକୁ ମିଳିଛି ।

ମହାମାରୀ ବିସ୍ତାର କରୁଥିବା ସମୟରେ ଦୁବାଇରେ ୩ ଭାରତୀୟ ଡ୍ରାଇଭର ରାତାରାତି କୋଟିପତି ହୋଇଛନ୍ତି। ଶୁକ୍ରବାର ସେମାନେ ମେଗା ଜ୍ୟାକପଟ୍ ଲଟେରୀ ଜରିଆରେ ପ୍ରାୟ ୪୧ କୋଟି ଟଙ୍କା ଜିତିଛନ୍ତି । ଏହି ୩ ଜଣ କେରଳର ବାସିନ୍ଦା । ଦୁବାଇ ଯାଇ ସେଠାରେ କାମ କରି ସେମାନେ ଜୀବନଯାପନ କରୁଥିଲେ । ସେଠାରେ ସେମାନେ କାର ଚଲାଇ ଆୟ କରୁଥିଲେ । ହେଲେ କରୋନାଭାଇରସ ଯୋଗୁଁ ହଠାତ୍ ତାଙ୍କ ବ୍ୟବସାୟରେ କ୍ଷତି ହେବାକୁ ଲାଗିଲା । ରିପୋର୍ଟ ଅନୁସାରେ, ଲଟେରୀଟି ସେମାନଙ୍କ ମଧ୍ୟରୁ ଜିଜେଶ କୋରୋଥନଙ୍କ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ଥିଲା । ସେ ସାଙ୍ଗମାନଙ୍କ ସହ ଶାହଜହାନ କୁଟିକଟିଲ ଏବଂ ଶନୋଜ ବାଲକ୍ରିଷ୍ଣନଙ୍କ ସହ ମିଶି ଏହି ଟିକେଟ କିଣିଥିଲେ । ବର୍ତ୍ତମାନ ତିନି ଜଣ ଜିତିଥିବା ଟଙ୍କା ନିଜ ମଧ୍ୟରେ ବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜିଜେଶ କହିଛନ୍ତି ଯେ, “ସେମାନେ ତିନି ଜଣ ଏକାଠୀ କିଛି ଦିନ ପୂର୍ବରୁ କାର ଚଳାଇବା କାମ ଆରମ୍ଭ କରିଥିଲେ। ଲିମୋଜିନ୍ କିଣିବା ପାଇଁ ଋଣ ନେଇଥିଲେ । ଏହାପୂର୍ବରୁ ସେ ଅନ୍ୟମାନଙ୍କ ଗାଡି ଚଲାଉଥିଲେ ।କିନ୍ତୁ କରୋନା ଭାଇରସ୍ କାରଣରୁ ପର୍ଯ୍ୟଟନ ଆସୁନଥିଲେ ଫଳରେ ବେପାର ବୁଡିଥିଲା। ତାଙ୍କର କାମ ଉପରେ ବହୁତ ଖରାପ ପ୍ରଭାବ ପଡୁଥିଲା । ବ୍ୟବସାୟ ମଧ୍ୟ କହିବାକୁ ଗଲେ ବନ୍ଦ ହୋଇଯାଇଥିଲା। ସେଥିପାଇଁ ସେମାନେ କେରଳକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। କାରଣ କିଣିଥିବା କାରର EMI ଦେବାକୁ ଟଙ୍କା ନଥିଲା । ତେଣୁ ଗାଡି ବିକ୍ର କରି ଋଣ ପରିଶୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ହଠାତ୍ ସେମାନଙ୍କ ଭାଗ୍ୟ ବଦଳିଗଲା । ଏବେ ସେମାନେ ସହଜରେ EMI ଭରି କାମ ଆରମ୍ଭ କରିପାରିବେ।”

ଜିଜେଶ କହିଛନ୍ତି ଯେ, ସେ ଏହି ଟଙ୍କା ତାଙ୍କ ଝିଅର ପାଠପଢାରେ ମଧ୍ୟ ଖର୍ଚ୍ଚ କରିବେ । ଏହା ବ୍ୟତୀତ, ଟଙ୍କା ସେମାନଙ୍କର ଲିମୋଜିନ୍ ସର୍ଭିସ୍ ବ୍ୟବସାୟ ବଢାଇବା ପାଇଁ ବ୍ୟବହାର କରାଯିବ । ଏହି ଲଟେରୀ ତାଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ବୋଲି କହିଛନ୍ତି ସେମାନେ ।

 

Leave a Reply