ପୁଣି ଫେରିଲା ସଟ୍‌ଡାଉନ୍‌ ଷ୍ଟ୍ରାଟେଜି: ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ହେବ ୩ ଜିଲ୍ଲା

ଭୁବନେଶ୍ୱର: ପୁଣି ଫେରିଲା ସଟ୍‌ଡାଉନ୍‌ ଷ୍ଟ୍ରାଟେଜି । ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ହେବ ୩ ଜିଲ୍ଲା । ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଭୁବନେଶ୍ୱର ପରି ସଟଡାଉନ୍‌ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅର୍ଥାତ ମେଡିକାଲ ସେବା ସ୍ୱାଭାବିକ ରହିବ ଓ ଔଷଧ ଦୋକାନ ଖୋଲାରହିବ । କିନ୍ତୁ ସୀମିତ ସଂଖ୍ୟାକ ଔଷଧ ଦୋକାନ ଖୋଲା ରହିବ । କେଉଁ ଔଷଧ ଦୋକାନ ଖୋଲା ରହିବ ସେ ନେଇ ନିଷ୍ପତ୍ତି ନେବେ ଜିଲ୍ଲା ପ୍ରଶାସନ ।

ସୂଚନା ଯୋଗ୍ୟ ଯେ, ୩ ଜିଲ୍ଲାରୁ ଏଯାବତ୍‌ ମୋଟ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ପ୍ରଶାସନର ଚିନ୍ତା ବଢ଼ାଇବା ସହ ଲୋକଙ୍କୁ ଆତଙ୍କିତ କରିଛି । ତେବେ ପ୍ରାରମ୍ଭିକ ପର୍ଯ୍ୟାୟ ମୁଖତଃ ଖୋର୍ଦ୍ଧା ଜିଲ୍ଲା ଅର୍ଥାତ ଭୁବନେଶ୍ୱରରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ସଟଡାଉନ୍‌ ଷ୍ଟ୍ରାଟେଜିକୁ ଆପଣାଥିଲା ପ୍ରଶାସନ । ଏହି ସମୟ ମଧ୍ୟରେ  କଣ୍ଟାକ୍ଟ ଟ୍ରେସିଂ କରିବା ସହ ଅନ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲା । ଫଳରେ ଅନ୍ୟ କିଛି ପଜିଟିଭ ଚିହ୍ନଟ ହୋଇପାରିବା ସହ ସଂକ୍ରମଣ ଉପରେ ରୋକ ଲାଗିପାରିଥିଲା । ଏହାପରେ ସେଭଳି କିଛି ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇନଥିଲେ ।

ଫଳରେ ରାଜ୍ୟ କରୋନା ବିରୋଧୀ ଯୁଦ୍ଧରେ ସମ୍ପୂର୍ଣ ବିଜୟୀ ହୋଇନଥିଲେ ମଧ୍ୟ ଜଣଙ୍କ ପରେ ଜଣଙ୍କ ପରେ ଜଣେ ରୋଗୀ ସୁସ୍ଥ ହେବା ରାଜ୍ୟକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇପାରିଥିଲା । କିନ୍ତୁ କିଛି ଦିନର ବ୍ୟବଧାନ ପରେ ୩ ଜିଲ୍ଲା ଅର୍ଥାତ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ମୋଟ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ବିରୋଧୀ ମୁକାବିଲାରେ ରାଜ୍ୟ ସରକାର କିଛିଟା ବ୍ୟାକ୍‌ଫୁଟକୁ ଆସିଯାଇଛନ୍ତି । ଏଣୁ ଏଭଳି ପରିିସ୍ଥିତର ମୁକାବିଲା ପାଇଁ ପୁଣି ସଟ୍‌ଡାଉନ୍‌ ଷ୍ଟ୍ରାଟେଜିକୁ ଆପଣାଇଛନ୍ତି ରାଜ୍ୟ ସରକାର ।

ଯାଜପୁରରେ ପୁଣି ୪ କରୋନା ସଂକ୍ରମିତ ଚିହ୍ନଟ, ରାଜ୍ୟରେ ମୋଟ କରୋନା ପଜିଟିଭ ମାମଲା ୮୭କୁ ବୃଦ୍ଧି

ତେବେ ୩ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରିବା ସହ ପଶ୍ଚିମବଙ୍ଗ ସହ ବାଲେଶ୍ୱର ଓ ମୟୂରଭଞ୍ଜକୁ ଯୋଡ଼ୁ ଥିବା ରାସ୍ତାକୁ ପୋଲିସ ମୁତୟନ ହୋଇଛି । ଚିହ୍ନଟଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମବଙ୍ଗର ଫେରନ୍ତା ହୋଇଥିବାରୁ ଆଉ କେହି କେହି ପଶ୍ଚିମବଙ୍ଗର ଫେରିଛନ୍ତି ସେମାନେ ନିଜ ପକ୍ଷରୁ ସରକାରଙ୍କ ଅବଗତ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ନଚେତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅପରପକ୍ଷରେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବାକୁ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି ଶ୍ରୀ ତ୍ରିପାଠୀ ।

Leave a Reply