ଟ୍ରକକୁ ଧକ୍କା ଦେଲା କାର, ଦୁର୍ଘଟଣାରେ ୩ ମୃତ

ଯାଜପୁର: ସଡ଼କ ଦୁର୍ଘଟଣାରେ ୩ ମୃତ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଜାରକା ନିକଟ ରଥିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଆଜି ଭୋରୁ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ଏକ କାର ଧକ୍କା ଦେଇଥିଲା। କାରରେ ଥିବା ୫ଜଣ ଯାତ୍ରୀଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିଲା ।

ଆଉ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି । କାରଟି ଭୁବନେଶ୍ୱରରୁ କୋଲକାତା ଯାଉଥିଲା । ତେବେ ଡ୍ରାଇଭରର ଅସାବଧାନତା ଯୋଗୁଁ କାରଟି ଟ୍ରକ ପଛ ପଟେ ଧକ୍କା ଦେଇଥିଲା । କାରରେ ଥିବା ସମସ୍ତ ଯାତ୍ରୀ କୋଲକାତାର ବୋଲି ଜଣାପଡିଛି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

ତେବେ ଭୋର ସକାଳେ କାରରେ ପାଞ୍ଚ ଜଣ ବସି କୋଲକାତା ଯାଉଥିଲେ । ଏ ସମସ୍ତେ କୋଲକାତା ବାସିନ୍ଦା ବୋଲି ସୂଚନା ମିଳିଛି । କାରରେ ଯାଉଥିବା ପାଞ୍ଚଜଣ ଗୋଟିଏ ପରିବାରର ବୋଲି ସୂଚନା ରହିଛି  ।

Leave a Reply