ବିଳମ୍ବିତ ରାତିରେ ଘରେ ପଶି ତିନି ଜଣଙ୍କୁ ହାଣିଲେ, ମା ମୃତ ପୁଅ ବୋହୂ ଗୁରୁତର

1 min read

ଜଗତସିଂହପୁର: ଘରେ ପଶି ମାଆ, ପୁଅ ଓ ବୋହୂଙ୍କୁ ହାଣିଲେ ଦୁର୍ବୃତ୍ତ । ମାଆ ମୃତ, ପୁଅ-ବୋହୂ ଗୁରୁତର । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁରରେ ଏହି ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ କଳା କପଡ଼ା ମୁହଁରେ ବାନ୍ଧି ସିଲୁ ବିଶ୍ବାଳଙ୍କ ଘରେ ପଶିଥିଲେ। ଦୁର୍ବୃତ୍ତମାନେ ସିଲୁ, ତାଙ୍କ ସ୍ତ୍ରୀ ଟିକିନା ଓ ମାଆ ମାନିଆ ବିଶ୍ୱାଳଙ୍କୁ ଅତି ନୃଶଂସ ଭାବେ ହାଣି ପକାଇଥିଲେ।

ଗୁରୁତର ଅବସ୍ଥାରେ ମାଆ ମାନିଆ ବିଶ୍ୱାଳ, ପୁଅ ସିଲୁ ବିଶ୍ୱାଳ ଓ ବୋହୂ ଟିକିନା ବିଶ୍ୱାଳଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ମାଆ ମାନିଆ ବିଶ୍ୱାଳଙ୍କ ମୃତ୍ଯୁ ହୋଇଛି। ପୁଅ ସିଲୁ ଓ ବୋହୂ ଟିକିନାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଜମିବାଡ଼ି କିମ୍ବା ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ସିଲୁଙ୍କର କିଛି ମାସ ତଳେ ନାଉଗାଁ କୁଣ୍ଡେଶ୍ୱର ଅଞ୍ଚଳରେ ଟିକିନାଙ୍କ ସହ ବିବାହ ହୋଇଥିଲା। ସିଲୁ ଚେନ୍ନାଇରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ରବିବାର ସନ୍ଧ୍ୟାରେ ସେ ଘରକୁ ଆସିଥିଲେ । ବାଲିକୁଦା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ କରିୁଛନ୍ତି ।