ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, ଚାଲିଗଲା ୩ ଜୀବନ

ନବରଙ୍ଗପୁର: ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ମୃତକ ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ାର । ଗୁରୁତର ଦୁଇ ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ବିଳମ୍ବିତ ରାତିରେ ଉମରକୋଟରୁ ନବରଙ୍ଗପୁର ଆସିବା ସମୟରେ ସରାଗୁଡ଼ା ନିକଟରେ ବୁଲାଣିରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ମୃତଦେହ ଜବତ ତଦନ୍ତ ଆରମ୍ଭ କରିଛି ।