ଟିଏମସି କର୍ମୀଙ୍କ ଘରେ ଫୁଟିଲା ବୋମା, ୩ ମୃତ

କୋଲକତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା । ପୂର୍ବ ମେଦିନୀପୁରରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କ ଘରେ ବୋମା ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଛନ୍ତି  । ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଏକ ସଭା ପୂର୍ବରୁ ଘଟିଛି ବିସ୍ଫୋରଣ । ଭୂପତିନଗର ପୋଲିସ ଥାନା ଅଧୀନ ଭଗବାନପୁର ଅନ୍ତର୍ଗତ ନାର୍ଯ୍ୟବିଲା ଗ୍ରାମରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣରେ ଟିଏମସି ବୁଥ୍ ସଭାପତି ରାଜ କୁମାର ମାନ୍ନାଙ୍କ ଘର ଉଡିଯାଇଥିବା ସୂଚନା ମିଳିଛି ।

ଟିଏମସି କର୍ମୀଙ୍କ ଘରେ ହାତତିଆରି ବୋମା ଗଚ୍ଛିତ ଥିବା କାରଣରୁ ଏହି ବିସ୍ଫୋରଣ ଘଟିଥିବା ପୋଲିସ କହିଛି । ଆସନ୍ତାବର୍ଷ ପ୍ରାରମ୍ଭରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବାବେଳେ ରାଜ୍ୟରେ ହିଂସା ବଢୁଥିବା ଜଣାଯାଇଛି । ବୋମାମାଡ଼ରେ ଟିଏମସି ନେତାଙ୍କ ସହ କିଛି ନେତା ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ଟିଏମସିର ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।