ପଶୁ ହତ୍ୟାକରୀ ପିଶାଚ ପାଇଁ ବଳି ପଡ଼ିଲା ମଣିଷ ଏବଂ ପଶୁ ମଧ୍ୟରେ ଥିବା ସମ୍ପର୍କ, ପଶୁ ସୁରକ୍ଷା ଆଇନ ଉଲଂଘନ ପାଇଁ ୩ ଅଟକ

1 min read

ଗଜପତି: ମଣିଷ ହେଉଛି ଦୁନିଆର ସବୁଠାରୁ ଶ୍ରେଷ୍ଠ ପ୍ରାଣି । ହେଲେ ଏମିତି କିଛି ମଣିଷ ଅଛନ୍ତି ଯିଏ ଦେଖାଇ ଚାଲିଛନ୍ତି ତାଙ୍କ କ୍ରୁରତାର ଚିତ୍ର । ଦେଖାଇ ଚାଲିଛନ୍ତି ତାଙ୍କ ନିଷ୍ଠୁରତାର ଚରମ ପରିଚୟ । ଏ କ୍ରୁରତା ଏବଂ ନିଷ୍ଠୁରତାର ଶିକାର ହୋଇଛି ଏକ ନିରିହ କୁକୁର । ଏକ ଭାଇରାଲ ଭିଡ଼ିଓ ପଦାରେ ପକାଇଛି ମଣିଷ ପଶୁ ମଧ୍ୟରେ ଥିବା ସମ୍ପର୍କକୁ । ଆଉ ଦେଖାଇଛି ପଶୁ ହତ୍ୟାକରୀ ପିଶାଚକୁ । ହତ୍ୟାକରୀ ରାକ୍ଷସ ଆଗରେ ପଡ଼ିଛି କୁକୁର ଆଉ ମଣିଷ ମଧ୍ୟରେ ଥିବା ବିଶ୍ୱାସର ବଳି, ତୁଟିଛି ସ୍ନେହର ସମ୍ପର୍କ । କେମିତି ଏ ମଣିଷ ଏତେ ନୃଶଂସ ହୋଇପାରେ । ଗୋଟିଏ ରୁଟି ବଦଳରେ ରାତିର ଯୁଗୁଆଳି ପାଲଟିଥିବା କୁକୁର ଆଜି ଶିକାର ହୋଇଛି ମଣିଶ ବିଶ୍ୱାସର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।

ଏ ଦୃଶ୍ୟ ଦେଖିଲେ ଆପଣଙ୍କର ମନରେବି ନିଆଁ ଲାଗିଯିବ, ରୁମ ଟାଙ୍କୁରି ଉଠିବ । ଭାଇରାଲ ହୋଇଥିବା ଭିଡିଓରେ ଗୋଟିଏ କୁକୁରକୁ ୩ ଜଣ ନିର୍ମମ ଭାବେ ପିଟି ଚାଲିଛନ୍ତି । ଗୋଟିଏ ପରେ ଗୋଟିଏ ପାହାର ଦେଇ ଚାଲିଛନ୍ତି ନିରିହ କୁକୁରକୁ । ଆଉ ସେହି ପାହାର ସହ ତୁଟି ଚାଲିଛି ମଣିଷ ଏବଂ ପଶୁଙ୍କ ମଧ୍ୟରେ ଥିବା ସ୍ନେହର ସମ୍ପର୍କ । ଏ ଦୃଶ୍ୟ ବଖାଣୁଛି ପାଶବିକତାର ଘୃଣ୍ୟ ଚିତ୍ରକୁ । ଆପଣଙ୍କୁ ମଧ୍ୟ ଏ ଶବ୍ଦ ସ୍ତବ୍ଦ କରିଦେବ । ମଣିଶର ପାହାର ଖାଇବା ପରେ କୁକୁରଟି କଷ୍ଟ ଯନ୍ତ୍ରଣା ସହିନପାରି ତାର ମୃତ୍ୟୁ ହୋଇଛି । ଏ ନେଇ ତିନି ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ଯେଉଁଥିରେ ପଶୁ ସୁରକ୍ଷା ଆଇନ ଉଲଂଘନ କରାଯାଇଛି । ଯାହାକୁ ଆଧାର କରି ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ପାରଳାଖେମୁଣ୍ଡି ଆଦର୍ଶ ଥାନାରେ କେସ ନଂ ୧୯୫/୨୦ ୟୁ/ଏସ ୪୨୯/୩୪ IPC/11 ଧାରା ଅନୁଯାୟୀ ତିନି ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ବାଟଗୌଡ଼ା ସାହିର ଟୁଟୁ ଗୈାଡ, ସାନ ଗୈାଡ, ଓ ସୁନିଲ ଗୌଡକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।

ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଞ୍ଚଳର ୩ ଜଣ ଯୁବକ । ରାାସ୍ତାରେ ବୁଲୁଥିବା ଏକ କୁକୁରକୁ ଚାରିପଟୁ ଜଗି କୌଣସି କାରଣରୁ ଠେଙ୍ଗାରେ ନିର୍ଧୁମ ପିଟିଛନ୍ତି । ପିଟି ପିଟି ମାରି ଦେଇଛନ୍ତି କୁକୁରଟିକୁ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଭିଡିଓ ଭାଇରାଲ ହେବା ପରେ ପଶୁ ସୁରକ୍ଷା ଆଇନ ଉଲଂଘନ ଅଭିଯୋଗରେ ନିର୍ଦୟୀ ମଣିଷମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ପଶୁ ହେଲେ ବି କଣ ପ୍ରଶ୍ନ କୁକୁର ମନରେ ଆସୁ ନଥିବ ?

ମୁଁ କି ଦୋଷ କରିଥିଲି ବୋଲି କଣ ପଚାରୁ ନଥିବ ? 

କଣ ବିଶ୍ୱାର ପରିଣାମ ଏଇଆ ବୋଲି ପ୍ରଶ୍ନ କରୁନଥିବ ?  

https://www.facebook.com/watch/?v=917592395395329&extid=67vfnSFoLQsgfmBa

Leave a Reply