ଅନୁଗୁଳ ବରଗାପାଲିରେ ଯାତ୍ରୀଙ୍କ ଉପରେ ପଛରୁ ଚଢିଗଲା ଟ୍ରକ ୩ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ମର୍ମନ୍ତୁଦ ଦୁର୍ଘଟଣା  । ଯାତ୍ରୀଙ୍କ ଉପରେ ପଛରୁ ଚଢିଗଲା ଟ୍ରକ । ଟ୍ରକ ଧକ୍କାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ଝାରସୁଗୁଡାରୁ ଭୁବନେଶ୍ବର ଯାଉଥିବା ପ୍ରାଚୀ ବସ୍ ପଙ୍କଚର ହୋଇଥିଲା । ଚକା ମରାମତି ବେଳେ ବସରୁ ଯାତ୍ରୀମାନେ ତଳକୁ ଓହ୍ଲାଇ ଆସି ଠିଆହୋଇଥିଲେ । ଏହି ସମୟରେ ହଠାତ ପଛପଟୁ ଏକ ଟ୍ରକ ଆସି ୪ ଜଣ ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା ।

ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ସୁନ୍ଦରଗଡର ଆନନ୍ଦ ପ୍ରଧାନ, ଝାରସୁଗୁଡା ନୟନ ନାଏକ ଓ ଘନଶ୍ୟାମ ବାରିକ । ଗୁରୁତର ତ୍ରିଲୋଚନ ନାଏକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।