ସପ୍ତାହରେ ୩ ଦିନ ଛୁଟି ଓ ୪ ଦିନ କାମ, ଏହି କମ୍ପାନୀ କଲା ଘୋଷଣା….

1 min read

ନୂଆଦିଲ୍ଲୀ: ଅନେକ ଦେଶ ୪ ଦିନ କାମ ଓ ୩ ଦିନ ଛୁଟି ଫର୍ମୁଲାକୁ ଆପଣାଇଛନ୍ତି। ଏହି ଧାରାରେ ଏବେ ବ୍ରିଟେନ୍ ମଧ୍ୟ Four Day Work Week କ୍ଲବରେ ସାମିଲ ହୋଇଛି। ଏଠାକାର କମ୍ପାନୀ ସପ୍ତାହରେ  ଚାରି ଦିନ କାମ ଓ ତିନି ଦିନ ଛୁଟି ଫର୍ମୁଲା ଲାଗୁ କରିଛନ୍ତି । ଏଥିରେ ବ୍ୟାଙ୍କିଂ, ହସ୍ପିଟାଲିଟି ଭଳି ୭୦ କମ୍ପାନୀ ସାମିଲ ରହିଛି।

ଯଦିଓ ୬ମାସ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାକୁ ଆରମ୍ଭ କରାଯାଇଛି । ୭୦ ବ୍ରିଟିଶ୍ କମ୍ପାନୀରେ ହଜାର କର୍ମଚାରୀ ସପ୍ତାହରେ ମାତ୍ର ୪ ଦିନ କାମ କରିବେ । କିନ୍ତୁ ମାସିକ ଦରମା ସମ୍ପୂର୍ଣ୍‌ଣ ମିଳିବ ଏବଂ କୌଣସି କାଟଛାଟ୍ ହେବ ନାହିଁ ।

ଏହି ପାଇଲଟ୍ ପ୍ରୋଜେକ୍ଟକୁ ଫୋର ଡେ ୱିକ୍ ଗ୍ଲୋବାଲ୍, ଫୋର୍ ଡେ ୱିକ୍ ୟୁକେ କ୍ୟାମ୍ପେନ୍ ଏବଂ ଆଟୋନମି ଦ୍ୱାରା ଆରମ୍ଭ କରାଯାଇଛି। ଏହା ଦ୍ୱାରା କର୍ମଚାରୀଙ୍କ ଉତ୍ପାଦକତା ଓ ଜୀବନର ଗୁଣବତ୍ତା ଉପରେ ପଡୁଥିବା ପ୍ରଭାବ ଉପରେ ଆକଳନ କରାଯାଇପାରିବ।  ଏହି ପ୍ରୋଗ୍ରାମରେ ଅକ୍ସଫୋର୍ଡ, କାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଶିକ୍ଷାବିତଙ୍କ ସହ ଆମେରିକାର ବୋଷ୍ଟନ୍ କଲେଜର ବିଶେଷଜ୍ଞ ମଧ୍ୟ ସାମିଲ ରହିଛନ୍ତି ।

୩୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କ ଅଂଶଗ୍ରହଣ

ବ୍ରିଟେନର ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନରେ ୩,୩୦୦ରୁ ଅଧିକ କର୍ମଚାରୀ ଅଂଶ ଗ୍ରହଣ କରିବେ । ଯେଉଁଥିରେ ବ୍ୟାଙ୍କିଂ, ରିଟେଲ୍, ମାର୍କେଟିଂ, ଫାଇନାନ୍ସ  ସହ ଅନ୍ୟ ସେକ୍ଟର ମଧ୍ୟ ସାମିଲ ହେଉଛି । ତେବେ ୨୦୨୩ରେ ଏହାର ଫଳାଫଳ ଘୋଷଣା କରାଯିବ।