ବାଲିଗୁଡା ପୋଲିସକୁ ବଡ଼ ସଫଳତା: ତିନି ଲୁଟେରା ଗିରଫ

1 min read

ବାଲିଗୁଡା ପୋଲିସକୁ ବଡ଼ ସଫଳତା । ବାଲିଗୁଡା ଥାନା ଅଞ୍ଚଳରେ ଗତ କିଛିଦିନ ଧରି ଲୁଟ୍ ତରାଜ୍ ଚାଲିଥିବାବେଳେ ତିନିଜଣ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ବାଲିଗୁଡା ପୋଲିସ । କଳାହାଣ୍ଡି ଜିଲ୍ଲାର ଦାସ ଭିତିରିଆ, ହେମନ୍ତ ସାହୁ ଓ ଗିରି ଛତ୍ରିଆକୁ ଡକାୟତି ମାମଲାରେ ଗିରଫକରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ ଏଯାଏଁ ପୋଲିସ ହାତରେ ଲାଗିନଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ସୁଡ୍ରା ଅଞ୍ଚଳର ଜଣଙ୍କ ଘରେ ଲୁଟେରା ଦଳବଦ୍ଧ ଭାବେ ଲୁଟ୍ କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଦୁଇଜଣ ଲୁଟେରାଙ୍କୁ କାବୁକରି ପୋଲିସର ଜିମା ଦେଇଥିଲେ । ଏଥିସହିତ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ଗୋଟିଏ ଭୁଜାଲି ଜବତ ହୋଇଥିଲା । ପରେ ପୋଲିସ ଆଉଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ତିନିଜଣ ଅଭିଯୁକ୍ତକୁ ପୋଲିସ ଗିରଫକରି କୋର୍ଟଚାଲାଣ କରିଥିବାବେଳେ ଚତୁର୍ଥ ଅଭିଯୁକ୍ତ ଏଯାଏଁ ଫେରାର୍ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ବାଲିଗୁଡା ଥାନା ଅଧିକାରୀ କହିଛନ୍ତି । ')}

Leave a Reply