ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲାର ୩ ଟାଣୁଆ ନେତା

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲାର ତିନି ଟାଣୁଆ ନେତା । କୋରାପୁଟ ଓ ମାଲକାନଗିରି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ସାମିଲ ହୋଇଛନ୍ତି । ହାତ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି ଜୟପୁର ନିର୍ବାଚନମଣ୍ଡଳୀର ୨୦୦୯ କଂଗ୍ରେସ   ବିଧାୟକ ପ୍ରାର୍ଥୀ ନାଗରାଜ ଦୋରା, ବୋରିଗୁମ୍ମା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ନିରଞ୍ଜନ ପ୍ରଧାନ ଓ ବୋରିଗୁମ୍ମା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ।  କୋରାପୁଟ ଜିଲ୍ଲାରେ ବିଜେଡି କେମିତି ଅଧିକ ମଜବୁତ ହେବ, ସେ ନେଇ କାମ କରିବେ ବୋଲି ଏହି ୩ ନେତା କହିଛନ୍ତି ।

ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି । ଏଭଳି ସମୟରେ ବିରୋଧୀଙ୍କ ବିଜେଡି ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି । ଫଳରେ ଏହାର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ମଧ୍ୟ ପଡ଼ିବ । ବିରୋଧୀ ଦଳ ଅଧିକ ଦୁର୍ବଳ ହେଉଥିବା ବେଳେ ଶାସକ ବିଜେଡି ଅଧିକ ସଶକ୍ତ ହେବାରେ ଲାଗିଛି ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ଖୋଲିଲା ଶ୍ରୀମନ୍ଦିର, ସକାଳ ୬ଟାରୁ ୯ ପର୍ଯ୍ୟନ୍ତ ଖୋଲା ରହିବ ବଡ଼ ଦେଉଳ

Leave a Reply