spot_img

Latest Posts

୮ରୁ ଖୋଲିବ ହଷ୍ଟେଲ, ୧୦ରୁ ଖୋଲିବ+୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ କଲେଜ

ଭୁବନେଶ୍ୱର: ଫେବୃଆରୀ ୧୦ ରୁ ଖୋଲିବ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ କଲେଜ । ଦୀର୍ଘ ଦିନ ଧରି ବନ୍ଦ ରହିଥିବା କଲେଜ ପୁଣି ଖୋଲିବା ସହ ପାଠପଢା ଆରମ୍ଭ ହେବ। ଏଥିପାଇଁ ଫେବ୍ରୁଆରୀ ୮ ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଶ୍ରେଣୀଗୃହ ଓ ହଷ୍ଟେଲରେ କୋଭିଡ ନିୟମାବଳୀ ବଳବତ୍ତର ରହିବ । ଗାଇଡଲାଇନ ଅନୁଯାୟୀ ଆରମ୍ଭ ହେବ ପାଠପଢା। ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଏବଂ ପରୀକ୍ଷାଗାରରେ ୬ଫୁଟ ର ସାମାଜିକ ଦୂରତା ରଖାଯିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସେହିପରି ହାତ ଧୋଇବା ଓ ସାନିଟାଇଜ ମଧ୍ୟ ବାଧ୍ୟତାମୂଳକ ରହିବ। ୟୁଜି କୋର୍ସର ତୃତୀୟ ସେମିଷ୍ଟର ଏବଂ ୪ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା ୧୯ ରୁ ୩୦ ଏପ୍ରିଲ ମଧ୍ୟରେ ହେବ। ସେହିପରି ୩୧ ମେ ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ୭ଜୁନ ରୁ ୧୯ ଜୁନ ପର୍ଯ୍ୟନ୍ତ ହେବ। ୨୦ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Latest Posts

Don't Miss