ବିଷାକ୍ତ ଖାଦ୍ୟ ଖାଇ ଏକାଥରକେ ଚାଲିଗଲେ ୩ ଭାଇ ଭଉଣୀ

ମାଲକାନାଗିରି: ମାଲକାନାଗିରି ଜିଲ୍ଲା କଚେଲି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ୩ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଓ ଅନ୍ୟ ଜଣେ ଝିଅ ଗୁରୁତର ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତକ ମାନେ ହେଲେ ସୁକାନ୍ତି ମାଡ଼ି ,ସୀତାରାମ ମାଡ଼ି , ଅଞ୍ଜଳି ମାଡ଼ି । ଗୁରୁତର ଅବସ୍ଥାରେ ମା ଭିମେ ମାଡି ଓ ୩ ବର୍ଷର ଝିଅ ମାଳତୀ ମାଡି ଚିକିତ୍ସିତ ହେଉଛନ୍ତି । ଏହି ଖବର ପାଇ କଚେଲି ଗାଁରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଅରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତ ରାତିରେ ସମସ୍ତ ଖାଦ୍ୟ ଖାଇ ଶୋଇଥିଲେ । ରାତିରେ ସମସ୍ତଙ୍କ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲକୁ ନିଯାଇଥିଲା । ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ ଏଭଳି ଝଡାବାନ୍ତି ହେବା ସହ ମୃତ୍ୟୁ ହୋଇଥିବା ଅନୁମାନ କରୁଛି ଡାକ୍ତରୀ ଟିମ । ଏହି ଘଟଣା ପରେ ଗାଁରେ ଶୋକକୁଳ ପରିବେଶ ଖେଳିଯାଇଛି  ।

Leave a Reply