ଭୁବନେଶ୍ବରରେ ଅଧାଟଣା ସିଗାରେଟ୍ ଜାଳିଦେଲା ୩ଟି କାର୍

1 min read

ନାବାଳକ ଛାତ୍ରର କାରନାମା । ଯୁବକ ଜଣଙ୍କ କାରରେ ଲୁଚି ସିଗାରେଟ ଟାଣୁଥିବାବେଳେ ଅଧା ଟଣା ସିଗାରେଟକୁ କାରରେ ଫୋପାଡ଼ି ଚାଲିଯାଇଛିଲେ । କିଛି ସମୟ ପରେ କାରରେ ନିଆଁ ଲାଗିବାରୁ ଗୋଟିଏ କାର ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ୨ଟି କାର କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ଘଟିଛି ଭୁବନେଶ୍ୱର ଚିନ୍ତାମଣିଶ୍ୱର ଲେନ-୩  ଅଂଚଳରେ ।

ଚିନ୍ତାମଣିଶ୍ୱର ଲେନ-୩ରେ ଏକ ଖୋଲା ସ୍ଥାନରେ ଏହି ଗାଡ଼ି ତିନୋଟି ପାର୍କ କରାଯାଇଥିଲା । ତେବେ ମଝି ଗାଡ଼ିଟି ଭଙ୍ଗା ଅବସ୍ଥାରେ ପଡ଼ିଥିବାରୁ ସେଠି ନାବାଳକ ଜଙ୍କ ବସି ସିଗରେଟ୍ ଟାଣିଥିଲେ । କୋହି ଜଣେ ଆସୁଥିବାର ଦେଖି ସେ ଅଧା ଜଳା ସିଗାରେଟକୁ ଗାଡି ଭିତରେ ଫୋପାଡ଼ି ଚାଲିଯାଇଥିଲା । ପରେ ଏହି ସିଗାରେଟରୁ ନିଆଁ ଲାଗି ତିନୋଟି ଗାଡ଼ି ଜଳିଯାଇଥିଲା ।

ଏନେଇ ସ୍ଥାନୀୟ ଲୋକ ଦମକଳ ବାହିନୀକୁ ସୂଚନା ଦେବାପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ନିଆଁରକୁ ଆୟତ୍ତ କରିଥିଲେ । ଗୋଟିଏ କାର ରାଜେଶ କୁମାର ଦାସଙ୍କର ହୋଇଥିବା ବେଳେ ଅନ୍ୟଟି ଅଶୋକ ମହାପାତ୍ର ଏବଂ ତୃତୀୟଟି ରତିକାନ୍ତ କାନୁନଗୋଙ୍କର ବୋଲି ଜଣାପଡ଼ିଛି । ')}

Leave a Reply