ଆକ୍ସନ ମୋଡରେ ଗଞ୍ଜାମ ପୋଲିସ, NSA ବଳରେ ୩ ଜଣ ବନ୍ଧାହେଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆକ୍ସନ ମୋଡରେ ପୋଲିସ। ବନ୍ଧା ହେଲେ ୩ ଜଣ ହାର୍ଡକୋର୍ ଅପରାଧୀ। ଆସିକା ଥାନା ଅଞ୍ଚଳର ସୁଲତାନ ଓରଫ ସୁନିଲ ନାୟକ, ପୋଲସରା ଥାନା ଅଞ୍ଚଳରେ ଯଜ୍ଞ ପ୍ରଧାନ ଓ ଗାଙ୍ଗପୁର ଥାନା ଅଞ୍ଚଳର ବାବୁ ସ୍ବାଇଁକୁ ପୋଲିସ ଏନଏସଏ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ, ହତ୍ୟା ଓ ରାହାଜାନୀ ଭଳି ସଙ୍ଗୀନ ଅଭିଯୋଗ ରହିଛି।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଗଞ୍ଜାମ ପୋଲିସ ଆକ୍ସନ ମୋଡରେ ରହିଛି । ଜିଲ୍ଲାରେ ଅବାଧ ଓ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରିବା ଦିଗରେ ପୋଲିସର ଏଭଳି ପଦକ୍ଷେପକୁ ସାଧାରଣ ଲୋକ ପ୍ରଶଂସା କରିଛନ୍ତି। ସେପଟେ ଆଉ କିଛି ଅପରାଧୀ ଏନଏସଏ ତାଲିକାରେ ଥିବା ଜଣାପଡିଛି।